ଦାଦନ
ଦାଦନ


ମୋ ରାଜ୍ଯ ଓଡିଶା କେତେ ସୁନ୍ଦର
ମୁଖ୍ୟମନ୍ତ୍ରୀ ଆମ ଏକ ନମ୍ବର
ଯୋଜନା ତ ପୁଣି ଏଠି ଯେ କେତେ
ତେଣୁ ମୋ ନାମ ଦାଦନ ଅଟେ ।
କୃଷି କ୍ଷେତ୍ର ରାଜ୍ଯ ଏକ ନମ୍ବର
ଚାଷୀ ଆତ୍ମହତ୍ୟା ଏଠି ଯେ ସାର
ରୋଜଗାର ଏଠି ହୁଏତ ଶୂନ୍ୟ
ସେଥି ଲାଗି ମୁଁ ତ ଆଜି ଦାଦନ ।
ଶିକ୍ଷା କ୍ଷେତ୍ର ଏଠି ବଡ ବ୍ୟାପକ
ସମସ୍ତେ ଶିକ୍ଷିତ ସେ ପରିପୋକ
ଶିକ୍ଷା ସାରି ସବୁ ବେକାର ଏଠି
ତେଣୁ ମୁଁ ଦାଦନ ଖଟିବାକୁ ଯାଉଚି ।
ଦାରିଦ୍ର୍ୟ ର ସେହି ଅକୁହା କଥା
ଭୋକ ବିକଳ ରେ କାନ୍ଦନ୍ତି ବାପା
ସବୁ ଦେଖି ମୁଁ ତ ପାରେନା ସହି
ତେଣୁ ଟି ଦାଦନ ଖଟୁଚି ଯାଇ ।
ଗାଁ ଭିଟାମାଟି ବାପା ମା ଙ୍କୁ
ଛାଡି ଯିବା ପାଇଁ ହୁଏଆମକୁ
କେତେ ଦିନ ଆଉ ଦାଦନ ଥିବି
ବିଦେଶୀ ମାଟି ରେ ଯାଇ ରହିବି?