STORYMIRROR

Mira Biswal

Children

3  

Mira Biswal

Children

ଅନଲାଇନ୍ ଶିକ୍ଷା

ଅନଲାଇନ୍ ଶିକ୍ଷା

1 min
253


ସ୍କୁଲ କଲେଜ ଯିବାକୁ ପଡୁନି 

     ଘରେ ବସି ପାଠ ପଢ଼େ

ସାଙ୍ଗସାଥି ସାଥେ ଦେଖା ହୁଏ ନାହିଁ ବୋଲି 

      ମନଟା ଅସ୍ଥିର ଲାଗେ !! 


ଶିକ୍ଷକ ଙ୍କ ସାଥେ ଦେଖା ହୁଏ ନାହିଁ

    ଅନଲାଇନ୍ ରେ ପାଠପଢା

ବୁଝିବାକୁ କିଛି ପଚାରିଲେ ଏଠି

     କିଏସେ ଶୁଣୁଛି ଅବା ?? 


ବାପା ମା ପାଖେ ପଇସା ନାହିଁ 

     ସ୍ମାଟ ଫୋନ କିଣିବାକୁ

ପାଠ ପଢ଼ାରେ ତ ବାଧା ସୃଷ୍ଟି ହୁଏ

     ତାକୁ ବା ବୁଝିବ କିଏ ?? 


ମୋବାଇଲ ରେ ପାଠ ପଢା ହୁଏ 

     ପାଠ ଠାରୁ ସାଠ ବେଶି 

ଗେମେ ଖେଳରେ ମାତି ଥାନ୍ତିତ ସବୁ 

       ପାଠ ତାର ଯାଏ ହଜି !! 


ଅନଲାଇନ୍ ରେ ପାଠପଢା କଣ 

     ଶିକ୍ଷକ ଙ୍କ ସାଥେ ସରି 

ଶିକ୍ଷକ ଙ୍କ ସେଇ ପାଠପଢା କୁ ତ 

      ମନ ଆଜି ହୁଏ ଝୁରି ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Children