ସ୍ପର୍ଶ
ସ୍ପର୍ଶ
ସକାଳ ର ସେଇ ପହିଲି କିରଣ
ବୁଣି ହେଇଯାଏ ଯେବେ,
ତା ମିଠା ସ୍ପର୍ଶ ରେ ଏ ସାରା ପୃଥିବୀ
ହସି ଉଠଇ ତେବେ II
ଆକାଶ ର ସେଇ ଭସା ବାଦଲ ଟା
ବରଷି ଯାଏ ତ ଯେବେ,
ବର୍ଷା ର ସେଇ ସୁମଧୁର ସ୍ପର୍ଶେ
ଏ ସାରା ପୃଥିବୀ ଭିଜି ଉଠଇ ତେବେ ll
ରାତି ଅନ୍ଧାର ର କଅଁଳ କଢ଼ି ଟେ
ପ୍ରଭାତ ରେ ଫୁଟେ ଯେବେ,
ତା ମିଠା ବାସ୍ନା ରେ ଏ ସାରା ପୃଥିବୀ
ମହକି ଉଠଇ ତେବେ II
ଯୌବନ ର ସେ ପ୍ରଥମ ରଙ୍ଗଟା
ବୋଳି ହୋଇଯାଏ ଯେବେ,
ସେ ରଙ୍ଗ ସ୍ପର୍ଶ ରେ ଦେହ ମନ ସବୁ
ଆନମନା ହୁଏ ତେବେ ll
ମାତୃତ୍ବ ର ସେଇ ପ୍ରଥମ ସ୍ପର୍ଶ ଟା
ଅନୁଭବ ହୁଏ ଯେବେ,
ଅସରନ୍ତି ଆଶା ହଜାରେ ସପନ
ବୁଣି ହୋଇଯାଏ ତେବେ II
ପ୍ରକୃତି ର ଏଇ ଅପରୂପ ଶୋଭା
ହସାଏ ପୃଥିବୀ କୁ
ତା ମିଠା ସ୍ପର୍ଶ ରେ ବାନ୍ଧିରଖି ଦିଏ
ଆମର ଏ ହୃଦୟ କୁ ll
