Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Mira Biswal

Others

3  

Mira Biswal

Others

କଳଙ୍କ

କଳଙ୍କ

1 min
191


କଳା କାଳୀମା ର ଉଆଁସ ଅନ୍ଧାର

     ଲାଗେ କେତେ ଭୟଙ୍କର

କଳଙ୍କ ର ସେଇ ଅଲିଭା ଦାଗଟା

     ଦେହରେ ଲାଗିଚି ମୋର ll


ଉଆଁସ ଅନ୍ଧାର ଧୋଇ ହୋଇଯାଏ

    ପୂର୍ଣ୍ଣମୀ ର ଆଲୋକରେ

କଳଙ୍କ ର ସେଇ ରେଶମି ଚାଦର

     ଦେହରେ ମୋ ପଡି ଥାଏ ll

 

ସବୁରଙ୍ଗ ର ସେ ମିଶ୍ରଣ ରଙ୍ଗ ଟା

     କଳାରଙ୍ଗ ହୁଏ ବୋଲି 

ସ୍ନେହ ପ୍ରେମ ଶ୍ରଦ୍ଧା ସବୁକୁ ମିଶେଇ 

     ଦେହରେ ମୋ ବୋଳି ଥିଲି ll 


କଳାରଙ୍ଗ ଦିନେ କଳଙ୍କ ସାଜିବ 

      ଭାବି ମୁଁ ନଥିଲି ମନେ 

 କଳଙ୍କ ର ସେଇ ଅଲିଭା ଦାଗ ଟା

      ଦେହରେ ମୋ ଲାଗେ ଏବେ ll 


ବିଶ୍ବାସ ର ସେଇ ପ୍ରେମ ବନ୍ଧନ ରେ 

       ବାନ୍ଧି ରଖିଥିଲି ତାକୁ

ଉପହାର ବୋଲି ଦେଇଗଲା ସେତ 

      କଳଙ୍କ ର ଦାଗ ଟିକୁ ll


Rate this content
Log in