STORYMIRROR

Mira Biswal

Classics

3  

Mira Biswal

Classics

ଅଚିହ୍ନା ମଣିଷ

ଅଚିହ୍ନା ମଣିଷ

1 min
173


ଜୀବନ ଏମିତି ଚଲାବାଟ ଟିଏ 

      ପ୍ରତିପାଦେ ଥାଏ କଣ୍ଟା 

ଅଚିହ୍ନା ମଣିଷ ଜୀବନ ର ବାଟେ 

     କେତେ ଯେ ହୁଅନ୍ତି ଦେଖା ll 


କିଏ ରଖି ସ୍ୱାର୍ଥ କିଏ ତ ନିସ୍ୱାର୍ଥ

      କିଏ ପୁଣି ବନ୍ଧୁ ହୁଏ 

କିଏ କରେ ପ୍ରେମ କିଏ ଦିଏ ଧୋକା 

      କିଏ ବା ବୁଝିବ ହାଏ ll


କିଏ ରହିଯାଏ ମନ ମନ୍ଦିର ରେ 

      କିଏ ପୁଣି ପୂଜା ପାଏ 

କାହାପାଇଁ ଏଠି ଘୃଣା ରହିଯାଏ 

      ଅଚିହ୍ନା ମଣିଷ କିଏ ll 


ଜୀବନ ର ବାଟେ ଅଚିହ୍ନା ଅଜଣା 

       କେବେ ଯେ ନିଜର ହୁଏ 

ଜାଣିଗଲା ପରେ ଅଚିହ୍ନା ଅଜଣା 

       ନିଜର ତ ହୋଇ ଯାଏ ll 


ଅଚିହ୍ନା ମଣିଷ ଅତି ଆପଣାର 

    କେବେ ପୁଣି ହୋଇଯାଏ 

ବଞ୍ଚିବା ମରିବା ତା ସାଥି ରେ ପୁଣି 

       ସବୁତ ସମାନ ହୁଏ ll


ଜୀବନ ର ସେଇ ଶେଷ ଦୀପାଳୀ ଟି

       ଜଳୁ ଥିବ ଯେତେଦିନ

ସେଇ ଅଚି଼ହ୍ନା ମଣିଷ ଜୀବନର ପଥେ

      ସାଥି ହେବ ସେତେଦିନ ll


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics