ନୀରବ ଝଡ଼
ନୀରବ ଝଡ଼
ବନ ପୋଡି ଗଲେ ସମସ୍ତେ ଜାଣନ୍ତି
ମନ ପୋଡ଼ିଗଲେ ନୁହେଁ
ମନ ଗହନର ଅଦେଖା ଫୁଲ ଟା
ନୀରବ ରେ ଝଡ଼ି ଯାଏ ll
ମନ ତଳର ସେ ଅକୁହା ବେଦନା
ବୁଝିତ ପାରେନା କେହି
କହିବାକୁ ଯାଇ କହି ପାରେନାହିଁ
ନୀରବ ରେ ଯାଏ ରହି ll
ମନ କାଗଜ କୁ ପଢିହୁଏ ନାହିଁ
ଅପଢା ଭାଷା ସେଗୁଡ଼ା
ମନ ତଳରେ ସେ ଅଲିଭା ଲେଖାକୁ
ନୀରବରେ
ପଢ଼େ ମୁହିଁ ll
ମନ ଗହନର ଅଲିଭା ଦାଗ କୁ
ଦେଖି କେହି ପାରେ ନାହିଁ
ଦାଗର ଦରଜ କଷ୍ଟ ଦିଏ ଖାଲି
ନୀରବ ରେ ଯାଏ ସହି ll
ମନ ଉପବନେ ନୀରବ ଝଡଟେ
ଝଙ୍କାର କରେ ଯେବେ
ତା ଝଙ୍କାର ଶଦ୍ଦେ ଦେହ ଆଉ ମନ
ଶିକ୍ତ ହୋଇ ଯାଏ ତେବେ ।।
ମନ କାଚଘର ଭାଙ୍ଗିଯାଏ ଯେବେ
ଶବ୍ଦ ଯମା ହୁଏନାହିଁ
ନୀରବରେ ସେହି ଭଙ୍ଗା କାଚରେ
ପ୍ରତିଛବି ଆଙ୍କୁଥାଇ ।।