ନୀରବ ଝଡ଼
ନୀରବ ଝଡ଼
1 min
186
ବନ ପୋଡି ଗଲେ ସମସ୍ତେ ଜାଣନ୍ତି
ମନ ପୋଡ଼ିଗଲେ ନୁହେଁ
ମନ ଗହନର ଅଦେଖା ଫୁଲ ଟା
ନୀରବ ରେ ଝଡ଼ି ଯାଏ ll
ମନ ତଳର ସେ ଅକୁହା ବେଦନା
ବୁଝିତ ପାରେନା କେହି
କହିବାକୁ ଯାଇ କହି ପାରେନାହିଁ
ନୀରବ ରେ ଯାଏ ରହି ll
ମନ କାଗଜ କୁ ପଢିହୁଏ ନାହିଁ
ଅପଢା ଭାଷା ସେଗୁଡ଼ା
ମନ ତଳରେ ସେ ଅଲିଭା ଲେଖାକୁ
ନୀରବରେ ପଢ଼େ ମୁହିଁ ll
ମନ ଗହନର ଅଲିଭା ଦାଗ କୁ
ଦେଖି କେହି ପାରେ ନାହିଁ
ଦାଗର ଦରଜ କଷ୍ଟ ଦିଏ ଖାଲି
ନୀରବ ରେ ଯାଏ ସହି ll
ମନ ଉପବନେ ନୀରବ ଝଡଟେ
ଝଙ୍କାର କରେ ଯେବେ
ତା ଝଙ୍କାର ଶଦ୍ଦେ ଦେହ ଆଉ ମନ
ଶିକ୍ତ ହୋଇ ଯାଏ ତେବେ ।।
ମନ କାଚଘର ଭାଙ୍ଗିଯାଏ ଯେବେ
ଶବ୍ଦ ଯମା ହୁଏନାହିଁ
ନୀରବରେ ସେହି ଭଙ୍ଗା କାଚରେ
ପ୍ରତିଛବି ଆଙ୍କୁଥାଇ ।।
