ଶିକ୍ଷକ
ଶିକ୍ଷକ
ଅନ୍ଧାରରୁ ଉଧାରିଲ ତୁମେ ଶିଖା ତୁଲ୍ୟ
ଗୁରୁ ବିନା ଶିଷ୍ୟର ଜେ ନାହିଁ କିଛି ମୂଲ୍ୟ l l
ବିଦ୍ୟା ଦେଲେ ବୁଦ୍ଧି ଦେଲେ ଦେଖାଇଲ ବାଟ
ନରଖି ମନରେ ଛନ୍ଦ ନକରି କପଟ l l
ଆକାଶଠୁ ବଡ଼ ସାଗରରୁ ଗଭୀର ମନ
ଗୁରୁ ହେ ଘେନ କୋଟି ପ୍ରଣାମ l l
ତୁମେ ବ୍ରହ୍ମା, ବିଷ୍ଣୁ ପୁଣି ତୁମେ ମହେଶ୍ୱର
ତୁମେ ହିଁ ଆରମ୍ଭ ଆମ ଛାତ୍ର ଜୀବନର l l
ରଖିଥାଉ ମଥା ସଦା ଚରଣରେ ତୁମ
ଗୁରୁ ହେ ଘେନ କୋଟି ପ୍ରଣାମ l l
ବେତ ବାଡ଼ି ଛାଟ କିଏ ପାରିବ ଭୁଲି
ପଥ ପ୍ରଦର୍ଶକ ଅଟେ ତୁମର ସେ ଗାଳି l l
ବାଟ ହୁଡ଼ି ନାହୁଁ ରଖିବୁ ତୁମ ମାନ
ଗୁରୁ ହେ ଘେନ କୋଟି ପ୍ରଣାମ l l
ଯେତେଦିନ ଯାଏ ଥିବ ଏ ବିଶ୍ୱ ଭାରତ
ପୂଜା ପାଉଥିବେ ଗୁରୁ ଚିର ଆଉ ନିତ୍ୟ l l
ଅକ୍ଷୁର୍ଣ ରହୁ ଜଗତେ ସଦା ତୁମ ନାମ
ଗୁରୁ ହେ ଘେନ କୋଟି ପ୍ରଣାମ l l
