STORYMIRROR

Subham Lipu

Abstract Classics

4  

Subham Lipu

Abstract Classics

କାହିଁକି

କାହିଁକି

1 min
219


ତୁମେ ତ ଅମ୍ଳଜାନ ନୁହଁ ସତ

କିନ୍ତୁ ତୁମେ ଗଲା ପରେ,

ମୋତେ ଅଣନିଶ୍ୱାସୀ ଲାଗୁଛି କାହିଁକି?

ତୁମେ ସୂର୍ଯ୍ୟଙ୍କ ସକଳ କିରଣ ନୁହଁ ସତ

କିନ୍ତୁ ତୁମେ ଗଲାପରେ,

ମୋତେ ଭିଟାମିନ D ର ଅଭାବ ହୋଇଛି କାହିଁକି?

ତୁମେ ମୋ ଆଖିର ଲେନ୍ସ ନୁହଁ ସତ

କିନ୍ତୁ ତୁମେ ଗଲାପରେ,

ମୋତେ ଅନ୍ଧକାର ଦିଶୁଛି କାହିଁକି?

ତୁମେ C - Pogram ର Syntax ନୁହଁ ସତ

କିନ୍ତୁ ତୁମେ ଗଲାପରେ,

ମୋର pogram Error ହେଉଛି କାହିଁକି?

ତୁମେ ମୋ ବଂଶୀର ସ୍ୱର ନୁହଁ ସତ

କିନ୍ତୁ ତୁମେ ଗଲାପରେ,

ମୋ ବଂଶୀ ବେସୁରା ବାଜୁଛି କାହିଁକି?

ତୁମେ ତ ଲୁଣ ନୁହଁ ସତ

କିନ୍ତୁ ତୁମେ ଗଲାପରେ,

ମୋ ଖାଦ୍ୟ ସ୍ୱାଦହୀନ ହୋଇଛି କାହିଁକି?

ତୁମେ ବର୍ଣ୍ଣବୋଧର ବର୍ଣ୍ଣମାଳା ନୁହଁ ସତ

କିନ୍ତୁ ତୁମେ ଗଲାପରେ,

ମୋ ଲେଖିବାରେ ତ୍ରୁଟି ହେଉଛି କାହିଁକି?

ତୁମେ ତ ଗଣିତର ସଂଖ୍ୟା ନୁହଁ ସତ,

କିନ୍ତୁ ତୁମେ ଗଲାପରେ,

ମୋର ଗଣନାରେ ଭୁଲ ହେଉଛି କାହିଁକି?

ତୁମେ ତ ମୋ ପଥ ର ପଥିକ ନୁହଁ ସତ

କିନ୍ତୁ ତୁମେ ଗଲାପରେ,

ମୁଁ ପଥ ହାର ହୋଇଛି କାହିଁକି ?

ତୁମେ ମୋ ଘରର ଲକ୍ଷ୍ମୀ ହେଇନଥିଲ ସତ

କିନ୍ତୁ ତୁମେ ଗଲାପରେ,

ମୁଁ ଲକ୍ଷ୍ମୀଛଡା ହେଇଯାଇଛି କାହିଁକି ?



Rate this content
Log in

Similar oriya poem from Abstract