Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Subham Lipu

Classics Others

4  

Subham Lipu

Classics Others

ମିଛ ଥିଲା ତୁମ ପ୍ରେମ

ମିଛ ଥିଲା ତୁମ ପ୍ରେମ

1 min
191



ପ୍ରଥମ ଦେଖାରେ     ଚି଼ହ୍ନି ନଥିଲେ ବି

         ନିଜର ଲାଗିଲ ସତେ,

ଧୀରେ ଧୀରେ ପୁଣି      କେମିତି କେଜାଣି 

          ଭଲ ପାଇଗଲ ମୋତେ |

ଜୀବନ ବାଟରେ       ବାଟୋଇ ମୁଁ ଏକା

         ସାଥୀ ମୋର କେହି ନାହିଁ,

ଅନ୍ଧଭଳି ପ୍ରେମ       କରୁଥିଲି ଦିନେ

      ସାଥୀ ମୋ ବୁଝିଲା ନାହିଁ |

ଦେଖା କରିବାକୁ          ଭାବୁଥାଏ ସିନା

           ଦେଖି ନିର୍ବାଚନ ରହେ,

କହିବାକୁ ଥିଲା ଯେତିକି ତୁମକୁ

         ଦେଖୁ ଦେଖୁ ଭୁଲି ଯାଏ |

ଦୁନିଆଟା ପରା         ଛଳନାରେ ଭରା

         ପାରୁନିଗୋ ଯମା ସହି,

ଅଭୁଝା ଏ ମନ          ମାନୁନି ମୋହର

     ପ୍ରତିକ୍ଷାରେ ରହେ ଚାହିଁ |

ତୁମ ମିଛ ପ୍ରେମ        ପାଖେ ପଡେ ବଳି

          ନିରୀହ ହୃଦୟ ମୋର,

ପ୍ରତାରଣା ଜ୍ବାଳା ଜଳିଜଳି ମାରେ

            ହୃଦ କରେ ହାହାକାର |

ତଥାପି ତୁମକୁ         କରିଛି ଅପେକ୍ଷା

          ଫେରିଆସ ପ୍ରିୟତମା,

ହୃଦୟ ମନ୍ଦିରେ     ସାଇତି ରଖିବି

       ନୀତି କରୁଥିବି ପୂଜା |

କଥା ଦେଲି ପ୍ରିୟା        ମଥା ଛୁଇଁ ତୁମ

        ସମ୍ପର୍କ ଏ ସିନ୍ଦୁରର।

ଜୀଇଁ ଥିବା ଯାଏଁ ତୁମେ ଥିବ ସାଥେ

କରିବିନି କେବେ ପର।

ନୁହେଁ ମୁଁ ଭାବୁକ ନୁହେଁ ମୁଁ ଲେଖକ

ନୁହେଁ ଅସ୍ତଗାମୀ ରବି।

ହୃଦୟରୁ ପଦେ      ଲେଖିଲି କାଗଜେ

         ନଭାବିବ ମୋତେ କବି |



Rate this content
Log in

Similar oriya poem from Classics