STORYMIRROR

Subham Lipu

Romance Tragedy

4  

Subham Lipu

Romance Tragedy

ମରୀଚିକା

ମରୀଚିକା

1 min
24


ସପନରେ ଆସି ଗାପନରେ ଗଲ

ଦେଲ ନାହିଁ ମୋତେ ଦେଖା,

ମନ ଦେଇଥିଲି ଭଲ ପାଇଥିଲି

ପ୍ରେମରେ ମିଳିଲା ଧୋକା....


ମୋ ଜୀବନ ଠାରୁ ଅଧିକ ତୁମକୁ 

ପାଉଥିଲି ଦିନେ ଭଲ,

ମଲା ଶବ ହୋଇ ଜିଁଇଛି ଜୀବନ 

ଯେବେ ତୁମେ ଛାଡିଗଲ....


ରକ୍ତ ଗୁଡାକ ସବୁ ମୁକ୍ତ ଭାବରେ

ଲୁହ ହୋଇ ଝରି ଯାଏ,

ତୁମ କଥା ଭାବି ଭାବି କେତେବେଳେ

ରାତି ମୋର ବିତିଯାଏ....


କଥା ଦେଇଥିଲ ସାତ ଜନ୍ମ ଯାଏଁ

ସାଥିରେ ରହିବ ମୋର,

କେମିତି ଭୁଲିଲ ପୁରୁଣା ସ୍ମୃତିକୁ

ଛାତିକୁ କଲ ପଥର....


ହୃଦୟ କାନ୍ଥରେ ଲେଖିସାରିଥିଲି 

ମୋ ନାଁ ସହିତ ତୁମ ନାଁ,

ଜ୍ୟୋତିଷକୁ ପଚାରିଲେ କ'ଣ ହେବ

କପାଳେ ନାହିଁ ତୁମ ନାଁ...


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance