କରୋନା
କରୋନା
କାହିଁକି ଆସୁ ପଟୁଆର ଧରି
ସାଜିଛୁ ଆଜି ତୁ ମହାମାରୀ
ଆଉ ତୁ ଏତେ ଡରନା
କରୋନା ତୋତେ ଆଗକୁ ବଢିବା ମନା l l
ବିଶ୍ୱବାସୀ ଆଜି ଆତଙ୍କେ ଭରା
ନାହିଁ ଦୟା ମାୟା ତୋ ଠି ପରା
ହୁଅନା ନିର୍ଦୟୀ ମନା
କରୋନା ତୋତେ ଆଗକୁ ବଢିବା ମନା l l
ତୋ ସହିତ ଆମେ ନିଶ୍ଚେ ଲଢ଼ିବୁ
ତୁ ହାରିଯିବୁ ଆମେ ଜିତିବୁ
ଦେଖାନା ଏତେ ଆଉ ବଡ଼ିମା
କରୋନା ତୋତେ ଆଗକୁ ବଢିବା ମନା l l
ସଚେତନ ଆମେ ସଜାଗ ଆମେ
ଆମ ପରିଚୟ ସାହସୀ ଆମେ
ହେବୁନି ଆମେ ଦୁର୍ବଳ ଜମା
କରୋନା ତୋତେ ଆଗକୁ ବଢିବା ମନା l l
