STORYMIRROR

Subham Lipu

Others

3  

Subham Lipu

Others

ମାଆ

ମାଆ

1 min
195


ଦଶମାସ ଦଶଦିନ ଗର୍ଭେ ରଖିଲା

ତା ହାତ ଧରି ମୋତେ ବାଟ ଚଲାଇଲା ll


ସବୁ ଅଳି ଅଝଟକୁ ସେ ସାହିଯାଏ

ଦିନେ ହେଲେ ବି ସିଏ ପଦେ କହିନଥାଏ ll


ମୁଁ ନଖାଇଲେ ସିଏ ଖାଇ ନଥାଏ

ଫେରିବାଟକୁ ମୋର ଚାହିଁ ରହିଥାଏ ll


ଖେଳୁଥିଲା ବେଳେ ଯଦି ପଡି ମୁଁ ଯାଏ

'ଧନ' ବୋଲି କହି ମୋତେ ସେ ଉଠାଇଦିଏ ll


ଯେତେ ଧୂଳି ଲାଗିଯାଏ ମୋ ଦେହରେ

ତା କାନିରେ ସିଏ ସବୁ ଝଡିଦିଏ ll


ଜହ୍ନ ମାମୁକୁ ଦେଖାଇ ମୋତେ ଖୁଆଇ ଦିଏ

ଧୋ ବାଇଆ ଗୀତ ଶୁଣାଇ ଶୁଆଇଦିଏ ll


ଥରେ ଶୋଇପଡିଲେ ମାଆର କୋଳରେ

ଏମିତିକି ଲାଗେ ମୋତେ ସବୁ ସୁଖ ମିଳିଯାଏ ll


ଫେରି ଆସନ୍ତା କି ମୋ ଛୁଆ ବେଳ

ମାଆ ସହିତ ମୋର କାଟନ୍ତି ସମୟ ll



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍