Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Subham Lipu

Others

3  

Subham Lipu

Others

ମାଆ ମୋର ପ୍ରଥମ ଗୁରୁ

ମାଆ ମୋର ପ୍ରଥମ ଗୁରୁ

1 min
220



ମାଆ ଚରଣରେ ମୋର କୋଟି ପ୍ରଣାମ

ଅନ୍ଧାରରୁ ଉଦ୍ଧାରିଲୁ ତୁ ଶିଖା ତୁଲ୍ୟ

ତୋ ବିନା ମୋର ଯେ ନାହିଁ କିଛି ମୂଲ୍ୟ

ମାଆ ଚରଣରେ ମୋର କୋଟି ପ୍ରଣାମ l l

ବିଦ୍ୟା ଦେଲୁ ବୁଦ୍ଧି ଦେଲୁ ଦେଖାଇଲୁ ବାଟ

ଆଗକୁ ବଢିବା ପାଇଁ ଦେଲୁ ଉପଦେଶ

ଆକାଶଠୁ ବଡ଼ ସାଗରରୁ ଗଭୀର ତୋ ମନ

ମାଆ ଚରଣରେ ମୋର କୋଟି ପ୍ରଣାମ l l

ତୁ ବ୍ରହ୍ମା, ବିଷ୍ଣୁ ପୁଣି ତୁ ମହେଶ୍ୱର

ତୁ ହିଁ ଆରମ୍ଭ ମୋ ଛାତ୍ର ଜୀବନର

ରହିଯାଉ ମଥା ସଦା ଚରଣରେ ତୋର

ମାଆ ଚରଣରେ ମୋର କୋଟି ପ୍ରଣାମ l l

ବେତ ବାଡ଼ି ଛାଟ କିଏ ପାରିବ ଭୁଲି

ପଥ ପଦର୍ଶକ ଅଟେ ତୋର ସେ ଗାଳି

ବାଟ ହୁଡ଼ି ନାହିଁ ରଖିବି ତୋ ମାନ

ମାଆ ଚରଣରେ ମୋର କୋଟି ପ୍ରଣାମ l l

ଯେତେଦିନ ଯାଏ ଥିବ ଏ ବିଶ୍ୱ ଭାରତ

ପୂଜା ପାଉଥିବ ମା ଚିର ଆଉ ନିତ୍ୟ

ଅକ୍ଷୁର୍ଣ୍ଣ ରହୁ ଜଗତେ ସଦା ତୋର ନାମ

ମା ଚରଣ ରେ ମୋର କୋଟି ପ୍ରଣାମ l l



Rate this content
Log in