ମୁଁ ଅନାଥ
ମୁଁ ଅନାଥ
ଜୀବନ ବାଟରେ ବାଟୋଇ ମୁଁ ଏକା
ବାପା ମାଆ ମୋର କେହି ନାହିଁ
ଜୀବନ ବିତୁଛି ଏଇ ରେଳ ଷ୍ଟେସନରେ
ଯାତ୍ରୀ ମାନଙ୍କ ମୁଖକୁ ଚାହିଁ l l
ନାହିଁ ଆଜି ମୋର ଘର ଦୁଆର
କିଏ ବା ଅଛି ଏଠି ମୋ ନିଜର
ନା ଅଛି ମୋର କେହି ସାଙ୍ଗସାଥୀ
ଖେଳିବାକୁ ମୋ ସାଙ୍ଗେ ଲୁଚକାଳି l l
ରେଳ ଷ୍ଟେସନରେ ବାସ ମୁଁ କରୁଛି
ବୋତଲ ଗୋଟାଇ ପେଟ ମୁଁ ପୋଶୁଛି,
ସ୍ବପ୍ନ କେବେ ଦେଖି ନାହିଁ ଯାହା ମୁଁ ଶୁଣିଛି
ଏ ଦରିଦ୍ରକୁ ସ୍ବପ୍ନ ଦେଖିବାର କଣ ଅଧିକାର ଅଛି l l
ଯାକ ଯାକମରେ ପରିପୂର୍ଣ୍ଣ ଏ ସହର ବଜାର
ଜାଣି ହୁଏ ନାହିଁ ଏଠି ସଞ୍ଜ ଆଉ ସକାଳ
ଖାଇବାକୁ ମୁଠେ ମିଳିଗଲେ ଏଠି
ସୋଇଯାଏ କେଉଁ କଡରେ ଆଉଜି l l