STORYMIRROR

Dr Susmita Dash

Tragedy Romance

3  

Dr Susmita Dash

Tragedy Romance

ପ୍ରେମ ଓ ପ୍ରତୀକ୍ଷା

ପ୍ରେମ ଓ ପ୍ରତୀକ୍ଷା

1 min
13.1K


ପ୍ରତୀକ୍ଷାରେ ତୁମ,

ଅବିରତ ଯନ୍ତ୍ରଣା,

ମୋ ହୃଦୟରେ।

ତୁମେ ବି ଖୋଜିବ

ବିଜନତାରେ,

ଶୀତ ରାତିର ଅନ୍ଧକାରରେ,

ଗ୍ରୀଷ୍ମର ଉତ୍ତାପରେ,

ବର୍ଷାର ପ୍ରକୋପରେ

ମୋ ସାହଚର୍ଯ୍ୟ,

ସମ ତୀବ୍ରତାରେ।

ତୁମେ ବି ଯିବ ସେ ସମୁଦ୍ର ତଟ

ବାରମ୍ବାର ,

କରିବାକୁ ସ୍ମୃତିକୁ କ୍ଷୀପ୍ରତର,

ନୃତ୍ୟରତ ଢେ଼ଉରେ ପାଇବ 

ମୋ ପ୍ରତିବିମ୍ବ,

ଲୀନ ହେଉଥିବ ସାଗର ଗର୍ଭରେ,

ଆଉ ତୁମ ଧୈର୍ଯ୍ୟ,

ବିଚ୍ଛିନ୍ନ ହୋଇ ମୋ ଠାରୁ,

କଚାଡି ହେଉଥିବ, ବେଳାଭୂମିରେ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy