STORYMIRROR

Panchanan Jena

Tragedy

4  

Panchanan Jena

Tragedy

କାହିଁ କରାଉ ଛାନିଆ

କାହିଁ କରାଉ ଛାନିଆ

1 min
8


ସାଥେ ପାଇବାକୁ 

କେବେ ବ୍ୟଗ୍ର କେବେ ଉଗ୍ର

ହାତେ ମୁଠେଇବାକୁ 

କେବେ ଚିତ୍ର କେବେ ଚରିତ୍ର

ସୁଯୋଗ ହରେଇବାକୁ

 କେବେ ଭଦ୍ର କେବେ ଅଭଦ୍ର

ଫଳ ହଜେଇବାକୁ 

କେବେ ଅତ୍ର କେବେ ତତ୍ର

ଜୀବନ ବୋଧହୁଏ ବଡ଼ ବିଚିତ୍ର

ଏମିତି ସୁଯୋଗ ବୁଣେ ସର୍ବତ୍ର


ହାତରେ କାତ ମାରିବାକୁ 

କେତେ ଚେଷ୍ଟା କେତେ ନିଷ୍ଠା

ଭାତରେ ଲାତ ମାରିବାକୁ

କେତେ ଚକ୍ର କେତେ ବକ୍ତ

ଗୋଡ଼ରେ ଫନ୍ଦି ବାନ୍ଧିବାକୁ

କେତେ ପେଞ୍ଚ କେତେ ମଞ୍ଚ

ଆଖିରେ ପଟି ମାରିବାକୁ

କେତେ ଖେଳ କେତେ ବଳ

ମୁଣ୍ଡରେ ଅଠା ବୋଳିବାକୁ

କେତେ ଫାସ କେତେ ବାସ

ସମୟ ବୋଧହୁଏ ଦୁଃଖ ସୁଖର ସଂଗମ

 ଖରା ଛାଇର ଲୁଚକାଳି ଖେଳେ ଅଗ୍ରୀମ


ପରକୁ ଆପଣାର ଭାବି

ଅନେକ ତ୍ୟାଗ ଅନେକ ଭାଗ

ଅନ୍ୟକୁ ନିଜର ମଣି

ଅନେକ ମିତ୍ର ଅନେକ ଛତ୍ର

ପଡ଼େ।ଶୀକୁ ସହୋଦର ଗଣି

ଅନେକ ଉପକାର ଅନେକ ତିରସ୍କାର

ଶତ୍ରୁକୁ ମଇତ୍ର ଭାବି

ଅନେକ କ୍ଷତି ଅନେକ ଖ୍ୟାତି

କାଳ ବୋଧହୁଏ ରଚିଛି ହିସାବ ନିକାସ କରି

ପାପ ପୂଣ୍ୟର ମିଶାଣ ଫେଡାଣ ଦେଇଛି ସାରି


ହାଏ ରେ ଦୁନିଆ

ମଣିଷକୁ ମଣିଷ ସହିତ ଲଢେଇ

କାହିଁ କରୁ ତୁ ହିନିମାନିଆ


କାହିଁ କରାଉ ଛାନିଆ

ସୁନ୍ଦର ପୃଥିବୀ ପୃଷ୍ଠରେ 

ଦହ ଗଞ୍ଜ ହୋଇ ମରୁଛି ସିଝୁଛି

କିଛି ଫରକ ପଡେ କି କାଲାପିଠିଆ ।


Rate this content
Log in

Similar oriya poem from Tragedy