STORYMIRROR

Panchanan Jena

Tragedy

4  

Panchanan Jena

Tragedy

କାହିଁ କରାଉ ଛାନିଆ

କାହିଁ କରାଉ ଛାନିଆ

1 min
15


ସାଥେ ପାଇବାକୁ 

କେବେ ବ୍ୟଗ୍ର କେବେ ଉଗ୍ର

ହାତେ ମୁଠେଇବାକୁ 

କେବେ ଚିତ୍ର କେବେ ଚରିତ୍ର

ସୁଯୋଗ ହରେଇବାକୁ

 କେବେ ଭଦ୍ର କେବେ ଅଭଦ୍ର

ଫଳ ହଜେଇବାକୁ 

କେବେ ଅତ୍ର କେବେ ତତ୍ର

ଜୀବନ ବୋଧହୁଏ ବଡ଼ ବିଚିତ୍ର

ଏମିତି ସୁଯୋଗ ବୁଣେ ସର୍ବତ୍ର


ହାତରେ କାତ ମାରିବାକୁ 

କେତେ ଚେଷ୍ଟା କେତେ ନିଷ୍ଠା

ଭାତରେ ଲାତ ମାରିବାକୁ

କେତେ ଚକ୍ର କେତେ ବକ୍ତ

ଗୋଡ଼ରେ ଫନ୍ଦି ବାନ୍ଧିବାକୁ

କେତେ ପେଞ୍ଚ କେତେ ମଞ୍ଚ

ଆଖିରେ ପଟି ମାରିବାକୁ

କେତେ ଖେଳ କେତେ ବଳ

ମୁଣ୍ଡରେ ଅଠା ବୋଳିବାକୁ

କେତେ ଫାସ କେତେ ବାସ

ସମୟ ବୋଧହୁଏ ଦୁଃଖ ସୁଖର ସଂଗମ

 ଖରା ଛାଇର ଲୁଚକାଳି ଖେଳେ ଅଗ୍ରୀମ


ପରକୁ ଆପଣାର ଭାବି

ଅନେକ ତ୍ୟାଗ ଅନେକ ଭାଗ

ଅନ୍ୟକୁ ନିଜର ମଣି

ଅନେକ ମିତ୍ର ଅନେକ ଛତ୍ର

ପଡ଼େ।ଶୀକୁ ସହୋଦର ଗଣି

ଅନେକ ଉପକାର ଅନେକ ତିରସ୍କାର

ଶତ୍ରୁକୁ ମଇତ୍ର ଭାବି

ଅନେକ କ୍ଷତି ଅନେକ ଖ୍ୟାତି

କାଳ ବୋଧହୁଏ ରଚିଛି ହିସାବ ନିକାସ କରି

ପାପ ପୂଣ୍ୟର ମିଶାଣ ଫେଡାଣ ଦେଇଛି ସାରି


ହାଏ ରେ ଦୁନିଆ

ମଣିଷକୁ ମଣିଷ ସହିତ ଲଢେଇ

କାହିଁ କରୁ ତୁ ହିନିମାନିଆ


କାହିଁ କରାଉ ଛାନିଆ

ସୁନ୍ଦର ପୃଥିବୀ ପୃଷ୍ଠରେ 

ଦହ ଗଞ୍ଜ ହୋଇ ମରୁଛି ସିଝୁଛି

କିଛି ଫରକ ପଡେ କି କାଲାପିଠିଆ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy