STORYMIRROR

Sitansu Jena

Romance Tragedy

4  

Sitansu Jena

Romance Tragedy

ଅଫେରା ଜାଗା ର ଠିକଣା

ଅଫେରା ଜାଗା ର ଠିକଣା

1 min
54


ଯାଉଛି ମୁଁ ତେଜି ଗୋଧୂଳି ଲଗନ

ପଶ୍ଚିମ କବାଟ ଖୋଲି

ବାହୁଡା ବିଜୟ ଏବେ ଗୋ ମୋହର

ସରିଗଲା ବୁଲାବୁଲି

ଆସିଥିଲି ଟିକେ ଦେଖିବାକୁ ଏହି

ମରତ ଅଳକା ବୋଲି

ଯାଉଛି ମୁଁ ତେଜି ଗୋଧୂଳି ଲଗନ

ପଶ୍ଚିମ କବାଟ ଖୋଲି.....।


ଜାଳିଦିଅ ଏବେ ସଞ୍ଜ ସଳିତା

ଚହଟୁ କର୍ପୁର ବାସ

ଦେଇଦିଅ ଧୂପ ଗବାକ୍ଷ୍ୟରେ ନେଇ

ଖେଳୁ ମୁହେଁ ସ୍ନିତ ହସ

ପ୍ରତିଧ୍ୱନି ଆସୁ ସବୁ ପ୍ରାଙ୍ଗଣରୁ

ଏଇଠୁ ମେଲାଣି ନେଲି

ଯାଉଛି ମୁଁ ତେଜି ଗୋଧୂଳି ଲଗନ

ପଶ୍ଚିମ କବାଟ ଖୋଲି........।


ଝଙ୍କୃତ ହେଉ ଗଗନ ପବନ

ନବାକ୍ଷରୀ ସପ୍ତାକ୍ଷରୀ

ଗରଜୁ ମନ୍ତ୍ର ଗମ୍ଭୀର ସୁରେ

ବରଷୁ କରୁଣା ବାରୀ

ଚାଲି ଯାଉ ସବୁ ଦୁରିତ ପାତକ

ଏତିକି ଅଭୟ ଦେଲି

ଯାଉଛି ମୁଁ ତେଜି ଗୋଧୂଳି ଲଗନ

ପଶ୍ଚିମ କବାଟ ଖୋଲି..........।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance