STORYMIRROR

Sunanda Mohanty

Abstract Tragedy Others

4  

Sunanda Mohanty

Abstract Tragedy Others

ଷଷ୍ଠୀ ଘର

ଷଷ୍ଠୀ ଘର

1 min
17


ଷଷ୍ଠୀ ଘର ମାଖରା ପଡିଛି

ଯାହା ହାତ ସ୍ପର୍ଶରେ ସତେଜ ଲାଗେ

ସେ ଚାଲିଯାଇଛି

ସ୍ୱର୍ଗକୁ ନିଶୁଣି ପକେଇ ଚଢ଼ିଗଲା ବେଳେ

ଭାବିଲାନି ତା ପିଲାମାନଙ୍କ ପାଇଁ

ଅଖଣ୍ଡ ଦୀପ ହନୁମାନ ଚାଳିଶା

ଷଷ୍ଠୀ ଘର ଭାର କିଏ ନେବ

ସମସ୍ତେ କୁହନ୍ତି ବୋଉ ଯାହା ପାଇଁ ଯାହା ହେଉ

ସନ୍ତାନଙ୍କ ପାଇଁ ଚନ୍ଦନ ତୁଳସୀ

ସକାଳ ଧୂପ ସଞ୍ଜ ଆଳତୀ

ବୋଉ ଯିବା ପରେ ଦୀପ ଧୂପ ନାହିଁ

ଷଷ୍ଠୀ ଘର ଓଳା ଯାଇନାହିଁ

ବୋଉର ଆୟୁଷ ନଥିଲା

ସନ୍ତାନଙ୍କ ପାଇଁ ଆୟୁଷ ଆଶିଷ ନିରୋଗ

ମାଗିବାକୁ ଆକାଶକୁ ନିଶ୍ଚେ ଚାଲିଗଲା

ଦୁଃଖର ପେଡିକୁ ଲୁଚାଇ

 ଯନ୍ତ୍ରଣା ସବୁକୁ ଢ଼ୋକିଦେଇ

ନିଶୁଣି କେମିତି କେତେବେଳେ ପକାଇଲା

ମାଆଟି ଥିଲା ବୋଲି ସିନା

ପାନଡାଲା ଗୁଆକାତି ନଖକଟା ଗିନା

ସବୁ ଅଛି କିଛି ନାହିଁ

ଠାକୁର ଓ ଠାକୁର ଘର ଖଟୁଲିରେ

ବୋଉର ତୁଳସୀ ମାଳି ଆଲେଣାରେ

ଖତେଇ ହୋଇ କହୁଛି

ଜିଇ ଥିଲା ବେଳେ ନଦିଅନ୍ତି ତୁଣ୍ଡେ

ମରିଗଲେ ଦିଅନ୍ତି ବେଣା ମୁଣ୍ଡେ

ହେଲେ ବୋଉର କି ଅଭାବ ଥିଲା

ସନ୍ତାନ ସୁଖେ ଦୁଃଖେ ପାଲା ଓ ଦାସକାଠିଆ

ସବୁ ସାରିଦେଇ, ମାଛ କିଛି ନାହିଁ 

ବୋଉଲୋ ଦେଖିଯା ମୁଗୁର ପଡିଛି

ସାହାଣ ମେଲା ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract