STORYMIRROR

Ajit Kumar Raut

Tragedy

4  

Ajit Kumar Raut

Tragedy

ଉତ୍କଳ ବିଚ୍ଛିନ୍ନା ସିହଂଭୂମୀ

ଉତ୍କଳ ବିଚ୍ଛିନ୍ନା ସିହଂଭୂମୀ

1 min
20


କ୍ରନ୍ଦନର ରାବରେ କରେ ଉଚ୍ଛନ୍ନ

ଚଚୁର୍ଦ୍ଦିଗ ଶୁଭୁଛି ଦୁଃଖର ସ୍ବନ୍ନ

ବଳ ବୀର୍ଯ୍ୟ କିମ୍ପାରେ ଭୂଇଁରେ ଶୁନ୍ୟ ?

ଦିଶେ କାପୁରୁଷତା ବ୍ୟକ୍ତିତ୍ୱ ଜ୍ଞାନ !!


ପୂର୍ବ ପୁରୁଷଙ୍କର କୀର୍ତ୍ତି ଅପାର

ଖ୍ୟାତି ଲଭିଥିଲେ ସେ ସ୍ମୃତି ଯାହାର

ତାଙ୍କରି ଔରସରେ ଆମରି ଜନ୍ମ

କାହିଁକି ତୋଷାମଦି କରୁ ତୁ କର୍ମ !!


ଭୃତ୍ୟ ଭାବ ଧରିଣ ଗୋଡ଼ ଚାଟୁଛୁ

ମାତୃଭାଷା ଛାଡି ତୁ ଅନ୍ୟେ ରଞ୍ଜିଛୁ

ଅଇଁଠା ପତରେ କି ଧ୍ୟାନ ରଖିଛୁ

ପୂର୍ବତନ ବୀରତ୍ବ କିମ୍ପା ଭୁଲୁଛୁ ?


ବିଚ୍ଛିନ୍ନ ସିହଂଭୂମୀ ଯେ ଉତ୍କଳର

ଏ ଓଡ଼ିଆଙ୍କ ଭୂଇଁ ନାହିଁ ନଜର

ମାତୃଭାଷାର ଶିକ୍ଷା ନାହିଁ ଯାହାର

ଓଡ଼ିଆ ଭବିଷ୍ୟତ ଦିଶେ ଅନ୍ଧାର !!


ବିହାର ରାଜ୍ୟେ ଥିଲୁ ବିଚ୍ଛିନ୍ନ ହୋଇ

ଝାଡ଼ଖଣ୍ଡ ରାଜ୍ୟରେ ଏବେରେ ଭାଇ

ସ୍କୁଲେ ନାହାଁନ୍ତି ନାହିଁ ଭାଷା ଶିକ୍ଷକ

ଏ ଓଡ଼ିଆ ପଢିବେ କାହୁଁ ବାଳକ !!


ଛାଡ଼ି ତୋଷମଦକୁ ହୁଅ ଜଡ଼ିତ

ସ୍ବାର୍ଥ ପରିହରିହେ ହୁଅ ସଜ୍ଜିତ

ପାଇଁ ଏ ଅଧିକାର ଆନ୍ଦୋଳନତ

ରକ୍ଷା ଏ ମାତୃଭାଷା ନିଶ୍ଚେ ନିଶ୍ଚିତ !!


ମାତୃଭାଷା ଆମରି ଓଡିଆ ପରା

ପଢ଼ିବେ ସନ୍ତାନହେ ପ୍ରୀତିରେ ସାରା

ନୂଆ ଏ ଶିକ୍ଷା ନୀତି ହୋଇଛି ଅସ୍ତ୍ର

ସମ୍ବିଧାନରେ ଅଛି ଶିକ୍ଷାର ଶାସ୍ତ୍ର !!




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy