STORYMIRROR

Kabiratna Nutan Kumar Behera

Tragedy Inspirational Others

4  

Kabiratna Nutan Kumar Behera

Tragedy Inspirational Others

ଜୀବନଟା ନୁହେଁ ଗୋଲାପର ଶେଯ

ଜୀବନଟା ନୁହେଁ ଗୋଲାପର ଶେଯ

1 min
13


ଜୀବନଟା ନୁହେଁ ଗୋଲାପର ଶେଯ

ସୁଖର ନିଦ୍ରାରେ ବଞ୍ଚିବା ହେବ ସହଜ,

ଏଠି ତ ପଦେ ପଦେ କଥାରେ ପାଇ ଆଘାତ  

ସରଳ ନିଷ୍ପାପ ମନ ହୋଇଯାଏ ଦରଜ

ରହେ ନାହିଁ ଆଉ ସାହସ କି ଧୈର୍ଯ୍ୟ।

ଜୀବନକୁ କରିବା ପାଇଁ ସରସ ସୁନ୍ଦର

ନିଜକୁ ଠିକ୍ କରି ଗଢ଼ିବା ଦରକାର ଆଗ,

ବ୍ରହ୍ମଚର୍ଯ୍ୟ ପାଳି ରହିଲେ ସାଧନ ରତ

କଠିନ ପରିଶ୍ରମ ଅଧ୍ୟବସାୟର ବଳରେ

ଆସେ ଜ୍ଞାନ ପ୍ରତି ଅପୂର୍ବ ଅନୁରାଗ।

ଦାୟିତ୍ଵ କର୍ତ୍ତବ୍ୟରେ ଥିଲେ ଆନ୍ତରିକତା

ଗଢି ହୋଇଯାଏ ଏକ ଉତ୍ତମ ଚରିତ୍ର,

ଶୃଙ୍ଖଳିତ ହୋଇ ରହିଲେ ସମୟାନୁବର୍ତ୍ତୀ

ସତ୍ୟ ଅହିଂସାରେ ମନ ହୋଇ ଆକର୍ଷିତ

ସରଳ ଶାନ୍ତ ହୃଦୟକୁ ରଖେ ପବିତ୍ର।

ଏ ଏକ ସାଧନାର ସୁଦୀର୍ଘ ପଥ

ପ୍ରତି ମୁହୂର୍ତ୍ତରେ ଆସୁଥାଏ ପ୍ରତିବନ୍ଧକ,

ନିଜ ଲକ୍ଷ୍ୟକୁ ଭାବି ଏକ ସଂଘର୍ଷ

ଲଢିବାକୁ ହୁଏ ନିଜକୁ ଜୀବନ ଯାକ।

ପ୍ରଥମେ ପ୍ରଥମେ ଲାଗେ ଏ ସବୁ ଭାରି କଷ୍ଟ

ଅନୁମେୟ ହୁଏ ସେ ବିଷତୁଲ୍ୟ,

ପରିଣାମରେ କିନ୍ତୁ ହୁଏ ସବୁ ଅମୃତମୟ

ସଫଳତା ତାକୁ ପିନ୍ଧାଏ ବିଜୟର ନିର୍ମାଲ୍ୟ।

ଗଢି ଜାଣିଲେ ଜୀବନ ହୁଏ ଧନ୍ୟ

ପାଏ ଜଣେ ମାନବ ଜନ୍ମର ସାର୍ଥକତା,

ଦୁଃଖ ସହି ସହି ଚାଲିଥିଲେ ସତ୍ କର୍ମ କରି

ବୁଝି ପାରେ ସିଏ ଦୁନିଆଁର ବାସ୍ତବତା।

ସାରା ସଂସାର ତା' ପାଇଁ ହୁଏ ଆନନ୍ଦମୟ

ଅନୁଭବ କରିପାରେ ସେ ଅନ୍ୟର ହୃଦୟ,

ସତ୍ୟ ଶିବ ସୁନ୍ଦରଙ୍କୁ ରଖି ତାର ଧ୍ୟାନେ

ଜୀବନ କାଟେ ସେ ନିଶ୍ଚିନ୍ତେ ହୋଇ ନିର୍ଭୟ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy