STORYMIRROR

SUBHASHREE SWAR

Romance Tragedy Others

4  

SUBHASHREE SWAR

Romance Tragedy Others

ଶୀତ ରାତି

ଶୀତ ରାତି

1 min
20

ଆସିବକି ଫେରି ସେଇ ଶୀତ ରାତି 

ଲୁଚି ଲୁଚି ଆସି ବାଣ୍ଟିଥିଲ ପ୍ରୀତି,

ଚୁମି ମୋ କପାଳେ ଟିକେ ହସିଦେଲେ

ଥମିଯାଏ ମୋର ହୃଦୟର ଗତି।

ମୋ ନଜର ଧାରରେ ଘାଇଲା ହୃଦୟ

ଖୋଜିବକି ପୁଣି ମୋର ପରିଚୟ,

ଆସି ଛୁଇଁ ଦେଲେ ମୋ ତନୁ ମନକୁ

ଥମିଯିବ ପୁଣି ଆଜି ବି ସମୟ।

ମୋ ହ୍ରୁଦୟ ସିଞ୍ଚେ ତୁମ ପ୍ରେମ ଜଳ

ଫୁଟିବକି ପୁଣି ତୁମ ହୃଦୟ କମଳ,

ଆସିଗଲେ ତୁମେ ଏ ପଥ ଓ ମୃତ୍ତିକା

ପାଦ ସ୍ପର୍ଶେ ହୋଇ ଉଠିବେ ଚଞ୍ଚଳ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from SUBHASHREE SWAR

Similar oriya poem from Romance