ଶୀତ ରାତି
ଶୀତ ରାତି
ଆସିବକି ଫେରି ସେଇ ଶୀତ ରାତି
ଲୁଚି ଲୁଚି ଆସି ବାଣ୍ଟିଥିଲ ପ୍ରୀତି,
ଚୁମି ମୋ କପାଳେ ଟିକେ ହସିଦେଲେ
ଥମିଯାଏ ମୋର ହୃଦୟର ଗତି।
ମୋ ନଜର ଧାରରେ ଘାଇଲା ହୃଦୟ
ଖୋଜିବକି ପୁଣି ମୋର ପରିଚୟ,
ଆସି ଛୁଇଁ ଦେଲେ ମୋ ତନୁ ମନକୁ
ଥମିଯିବ ପୁଣି ଆଜି ବି ସମୟ।
ମୋ ହ୍ରୁଦୟ ସିଞ୍ଚେ ତୁମ ପ୍ରେମ ଜଳ
ଫୁଟିବକି ପୁଣି ତୁମ ହୃଦୟ କମଳ,
ଆସିଗଲେ ତୁମେ ଏ ପଥ ଓ ମୃତ୍ତିକା
ପାଦ ସ୍ପର୍ଶେ ହୋଇ ଉଠିବେ ଚଞ୍ଚଳ।।

