STORYMIRROR

Panchanan Jena

Tragedy

4  

Panchanan Jena

Tragedy

କହିବା ପୂର୍ବରୁ

କହିବା ପୂର୍ବରୁ

1 min
11


କେବେ କେବେ ଶବ୍ଦ ମିଳେନା

ବ୍ୟଥିତ ମନ ଅଭିଧାନେ

ଖୋଜି ଖୋଜି କ୍ଲାନ୍ତୁ ନୟାନ୍ତ 

ତରୁଣ ଦିଶେ କରୁଣ ଅଭିମାନେ


କଷ୍ଟମୟ ଜୀବନ ଜଞ୍ଜାଳ

ଦୁଃଖମୟ ସମସ୍ୟା ପ୍ରବଳ

ସଠିକ ଶବ୍ଦ ଚୟନ 

ଲାଗୁଛି ଦୁରୂହ ବ୍ୟସ୍ତ ବହୁଳ


ବେଳେବେଳେ ଶବ୍ଦର ମଡ଼କ

ଭାଷା ଦୁର୍ଭିକ୍ଷର ହେଣ୍ଟାଳ

ଶ୍ରେଷ୍ଠ ଜୀବ ବିଜ୍ଞାନୀ ସନ୍ଧାନୀ

ପାଉନି ଅକ୍ଷର ସାଉଁଟି ଦୁର୍ବଳ 


ଆଶା ବୈତରଣୀ ଚଳ ଚଞ୍ଚଳ

ଦାନା ବାନ୍ଧିଲାଣି ମଞ୍ଜୁଳ ଚଟୁଳ

ଇଚ୍ଛା ସିନା ପ୍ରବଳ ହଟ୍ଟଗୋଳ

ଉପଯୁକ୍ତ ଶବ୍ଦ ବିହୁନେ ଉପକ୍ରମ

ବର୍ଣ୍ଣନା ବିସ୍ତାର ଲାଗୁଛି ବ୍ୟତିକ୍ରମ

 ଉପ ସିଂହାର ଶେଷେ ଅସ୍ତାଚଳ 


କହିବା ପୂର୍ବରୁ କେହି ଜଣେ

ବିଶାଦଗ୍ରସ୍ତ ମୁଁହ ପଢି ପାରନ୍ତା କି ?

ଗଳା ସଫା କରୁ କରୁ ନିଜର ଜଣେ

ସବୁ ବୁଝି ପାରନ୍ତା କି ?

ତୁଣ୍ଡ ଆଉଡ଼ୁ ଆଉଡ଼ୁ ଆପଣାର ଜଣେ

ସବୁ ଜାଣି ପାରନ୍ତା କି ?

ଦେଖୁ ଦେଖୁ ମନର ମଣିଷ ମଣି

କୋଳେଇ ନିଅନ୍ତା କି ?

ଜାବୋଡି ଧରନ୍ତା କି ?

ପିଠି ଥାପୁଡେଇ ଦିଅନ୍ତା କି ?


କାନ୍ଧରେ ଚିବୁକ ଲଗେଇ

କାନ ମୂଳରେ କହି ଦିଅନ୍ତା କି ?

ମୁଁ ଆସି ଯାଉଛି

ସମସ୍ୟା ସବୁ ମୋର

ସମାଧାନ ସବୁ ବି

 ପକେଟରେ ପୁରେଇ ଆଣିଛି 

ଦେଖୁନୁ ସରିଲା ଏଥର !


ଭାବନାରେ ସୀମିତ ରହେ ମନକଥା

ପ୍ରକାଶେ କାହିଁ ଆବେଗ

ତାତିଲା ବାଲିରେ ପାଦ ଫୋଟକା

ଡେଇଁପଡ଼େ ଜୀବନ ଜାନ୍ତବ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy