STORYMIRROR

Panchanan Jena

Tragedy

4  

Panchanan Jena

Tragedy

କହିବା ପୂର୍ବରୁ

କହିବା ପୂର୍ବରୁ

1 min
4


କେବେ କେବେ ଶବ୍ଦ ମିଳେନା

ବ୍ୟଥିତ ମନ ଅଭିଧାନେ

ଖୋଜି ଖୋଜି କ୍ଲାନ୍ତୁ ନୟାନ୍ତ 

ତରୁଣ ଦିଶେ କରୁଣ ଅଭିମାନେ


କଷ୍ଟମୟ ଜୀବନ ଜଞ୍ଜାଳ

ଦୁଃଖମୟ ସମସ୍ୟା ପ୍ରବଳ

ସଠିକ ଶବ୍ଦ ଚୟନ 

ଲାଗୁଛି ଦୁରୂହ ବ୍ୟସ୍ତ ବହୁଳ


ବେଳେବେଳେ ଶବ୍ଦର ମଡ଼କ

ଭାଷା ଦୁର୍ଭିକ୍ଷର ହେଣ୍ଟାଳ

ଶ୍ରେଷ୍ଠ ଜୀବ ବିଜ୍ଞାନୀ ସନ୍ଧାନୀ

ପାଉନି ଅକ୍ଷର ସାଉଁଟି ଦୁର୍ବଳ 


ଆଶା ବୈତରଣୀ ଚଳ ଚଞ୍ଚଳ

ଦାନା ବାନ୍ଧିଲାଣି ମଞ୍ଜୁଳ ଚଟୁଳ

ଇଚ୍ଛା ସିନା ପ୍ରବଳ ହଟ୍ଟଗୋଳ

ଉପଯୁକ୍ତ ଶବ୍ଦ ବିହୁନେ ଉପକ୍ରମ

ବର୍ଣ୍ଣନା ବିସ୍ତାର ଲାଗୁଛି ବ୍ୟତିକ୍ରମ

 ଉପ ସିଂହାର ଶେଷେ ଅସ୍ତାଚଳ 


କହିବା ପୂର୍ବରୁ କେହି ଜଣେ

ବିଶାଦଗ୍ରସ୍ତ ମୁଁହ ପଢି ପାରନ୍ତା କି ?

ଗଳା ସଫା କରୁ କରୁ ନିଜର ଜଣେ

ସବୁ ବୁଝି ପାରନ୍ତା କି ?

ତୁଣ୍ଡ ଆଉଡ଼ୁ ଆଉଡ଼ୁ ଆପଣାର ଜଣେ

ସବୁ ଜାଣି ପାରନ୍ତା କି ?

ଦେଖୁ ଦେଖୁ ମନର ମଣିଷ ମଣି

କୋଳେଇ ନିଅନ୍ତା କି ?

ଜାବୋଡି ଧରନ୍ତା କି ?

ପିଠି ଥାପୁଡେଇ ଦିଅନ୍ତା କି ?


କାନ୍ଧରେ ଚିବୁକ ଲଗେଇ

କାନ ମୂଳରେ କହି ଦିଅନ୍ତା କି ?

ମୁଁ ଆସି ଯାଉଛି

ସମସ୍ୟା ସବୁ ମୋର

ସମାଧାନ ସବୁ ବି

 ପକେଟରେ ପୁରେଇ ଆଣିଛି 

ଦେଖୁନୁ ସରିଲା ଏଥର !


ଭାବନାରେ ସୀମିତ ରହେ ମନକଥା

ପ୍ରକାଶେ କାହିଁ ଆବେଗ

ତାତିଲା ବାଲିରେ ପାଦ ଫୋଟକା

ଡେଇଁପଡ଼େ ଜୀବନ ଜାନ୍ତବ ।


Rate this content
Log in

Similar oriya poem from Tragedy