ଦୋ ଛକିରେ ଜୀଵନ
ଦୋ ଛକିରେ ଜୀଵନ
କିଛି ସୁଖ କିଛି ଦୁଃଖ
କିଛି ଭଲ କିଛି ମନ୍ଦ
କିଛି ପାଇବା ଆଉ
କିଛି ହରେଇବା
ଏମିତି ସବୁ ଦୋଛକି ରାସ୍ତାରେ
ଯାହାର ଘର ତା ନାଁ ଜୀଵନ ।
ଜୀବନ ସଂଘର୍ଷ ର୍ ଗଣିତରେ
ଅଙ୍କ କସୁ କସୁ
ସୁଖ ଦୁଃଖର ମିଶାଣ ଫେଡାଣରେ
ଯଦି ସୂତ୍ର ଅନୁଯାୟୀ ବହିଚାଲି
ଶେଷେରେ ଅବାଞ୍ଛିତ ଫଳ ଆସେନା
ସେତେବେଳେ ଦୁନିଆର ପଥର ବାଣରେ
ସେ ହୁଏ ଅସମର୍ଥ,ମଳିନ ଆଉ ଅବସର୍ଣ୍ଣ ।
ଯିଏ କୁଢ଼ କୁଢ଼ ଅଙ୍କର ସୃଷ୍ଟି ସତ୍ତ୍ୱେ
କାତର ନ୍ ହେଇ
ଦିବାନିଶି ଏକିଭୂତ କରି
ଅବିରତ ଅଗ୍ରସର ହେଇଚାଲି
ଶେଷଭାଗରେ ଯଦି ମୁକ୍ତିକାମୀ ହୁଏ
ତେବେ, ସେ ହୁଏ ଜଣେ
ସୁବ୍ୟକ୍ତି ସୁପଥିକ ଏଇ ସଂଘର୍ଷ ପଥର ।
ଏଇ ଦୁନିଆର ଦାଣ୍ଡରେ
ଅହେତୁକ କଳ୍ପନା ଜଳ୍ପନା ଚାଲେ
ସହିବାକୁ ହୁଏ କେତେ ପଥର ମାଡ଼
କେତେ ରାଗ ,ରୁକ୍ଷ ବଚନ
ଧରିବା ପାଇଁ କି ଏଇ ବିଜୟ କେତନ
ବୋଧହୁଏ ଏଇଟା ଜୀଵନ
ବୋଧହୁଏ ଏଇଟା ହିଁ ଜୀଵନ ।
