STORYMIRROR

Sita Nayak

Tragedy Others

4  

Sita Nayak

Tragedy Others

ତୁମ କଥାମନେ ପଡୁଛି...

ତୁମ କଥାମନେ ପଡୁଛି...

1 min
24

ତୁମ କଥା ମନେ ପଡୁଛି 

ଭୁଲ୍ ମୋର ହେଉ ଅବା ତୁମର

ଦେଖ ସମୟଟା କେମିତି ଉପହାସ କରୁଛି 

କିନ୍ତୁ ତୁମ କଥା ମନେ ପଡୁଛି 

ତୁମେ ଅଶାନ୍ତ ସମୁଦ୍ର ହେଲେ 

ମୁଁ ସମୁଦ୍ରର ଢେ଼ଉ ଭଳି

ତୁମେ ଆକାଶର ମେଘମାଳା ହେଲେ

ମୁଁ ବରଷାର ପାଣି ବୁନ୍ଦା ଭଳି

ତୁମେ ଦୂରରୁ ଦେଖାଯାଉଥିବା

ପାହାଡ଼ ହେଲେ

ମୁଁ ସେହି ପାହାଡର ପଥରଖଣ୍ଡ ଭଳି 

ଆଉ ତୁମେ ବ୍ୟସ୍ତତା ଭିତରେ 

ହଜିଯାଇଥିବା ମଣିଷଟେ ହେଲେ

ମୁଁ ଅପେକ୍ଷାରେ ଥିବା ଚାତକ ଭଳି

ହଁ ତୁମ କଥା ମନେ ପଡୁଛି 

ଭୁଲ୍ ମୋର ହେଉ ଅବା ତୁମର

ଦେଖ ସମୟଟା କେମିତି ଉପହାସ କରୁଛି

କିନ୍ତୁ ତୁମ କଥା ମନେ ପଡୁଛି ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy