ତୁମ କଥାମନେ ପଡୁଛି...
ତୁମ କଥାମନେ ପଡୁଛି...
ତୁମ କଥା ମନେ ପଡୁଛି
ଭୁଲ୍ ମୋର ହେଉ ଅବା ତୁମର
ଦେଖ ସମୟଟା କେମିତି ଉପହାସ କରୁଛି
କିନ୍ତୁ ତୁମ କଥା ମନେ ପଡୁଛି
ତୁମେ ଅଶାନ୍ତ ସମୁଦ୍ର ହେଲେ
ମୁଁ ସମୁଦ୍ରର ଢେ଼ଉ ଭଳି
ତୁମେ ଆକାଶର ମେଘମାଳା ହେଲେ
ମୁଁ ବରଷାର ପାଣି ବୁନ୍ଦା ଭଳି
ତୁମେ ଦୂରରୁ ଦେଖାଯାଉଥିବା
ପାହାଡ଼ ହେଲେ
ମୁଁ ସେହି ପାହାଡର ପଥରଖଣ୍ଡ ଭଳି
ଆଉ ତୁମେ ବ୍ୟସ୍ତତା ଭିତରେ
ହଜିଯାଇଥିବା ମଣିଷଟେ ହେଲେ
ମୁଁ ଅପେକ୍ଷାରେ ଥିବା ଚାତକ ଭଳି
ହଁ ତୁମ କଥା ମନେ ପଡୁଛି
ଭୁଲ୍ ମୋର ହେଉ ଅବା ତୁମର
ଦେଖ ସମୟଟା କେମିତି ଉପହାସ କରୁଛି
କିନ୍ତୁ ତୁମ କଥା ମନେ ପଡୁଛି ।
