ଫରକ୍ ପଡୁନି...
ଫରକ୍ ପଡୁନି...
1 min
3
ତୁମ ଅନୁପସ୍ଥିତି ଆଜି ଜମା
ଫରକ୍ ପଡୁନି
ଅତୀତର ତୁମେ ଗୋଟେ
ଅଧା-ପଢ଼ା ପୃଷ୍ଠା ,
ଆଉ ଗୋଟେ ଅବୁଝା ଗଳ୍ପର
ପ୍ରଥମ ଦୁଇଧାଡ଼ି,
ଏବଂ ଅଧା ଉଇଁ ଥିବା ଚାନ୍ଦର
ସେହି ଝାପସା ଆଲୁଅ;
ନା ଇଚ୍ଛା ସେ ଅତୀତକୁ
ଦୋହୋରେଇବାର ,
ନା ଅବା ଗଳ୍ପକୁ ପୁନଃ ବୁଝିବାର
ନୂତନ ଆକାଂକ୍ଷା,
ଏବଂ ନା ସେହି ଜହ୍ନର
ଝାପସା ଆଲୁଅରେ
ବାଟ ଖୋଜିବାର ବାହନା ,
ସତରେ କିଛି ବି ଫରକ୍ ପଡୁନି
ତୁମ ଅନୁପସ୍ଥିତି ଆଜି ଜମା
ଫରକ୍ ପଡୁନି....!!!
