STORYMIRROR

Sita Nayak

Abstract Inspirational Others

3  

Sita Nayak

Abstract Inspirational Others

ପାଚେରୀ ଠିଆ...

ପାଚେରୀ ଠିଆ...

1 min
2

ଏଠି ଚାରିଆଡ଼େ ସୁରକ୍ଷିତ ନାଁରେ 

ଅସୁରକ୍ଷିତର ପାଚେରୀ ଠିଆ

ପଛେ ଆଗରୁ ରାସ୍ତାରେ ହଜାରେ 

ଖାଲ ଢିପ ଥାଉ

ମରାମତି ପାଇଁ କେବେ ମନେ 

ପ୍ରଶ୍ନ ନ ଆସିଥାଉ 

କିନ୍ତୁ ଏଠି ପାଚେରୀ ଠିଆ

ଅନ୍ଧାର ରାସ୍ତାରେ ଭଲସେ

ଆଲୁଅ ନଥାଉ 

ସୁରକ୍ଷା ଦେବାକୁ କେହି

ନିଯୁକ୍ତି ନଥାଉ 

ହେଲେ ଏଠି ପାଚେରୀ ଠିଆ 

ଯୋଉଠି ୧୫ ମିନିଟ୍ ଥିଲା

ଏବେ ୪୫ ମିନିଟ୍ ହେଲାଣି 

ଚାଲିବା ବାଟ ବି

ଲମ୍ବା ପଡ଼ିଲାଣି

କିନ୍ତୁ ଏଠି ପାଚେରୀ ଠିଆ

କେମିତି ସୁରକ୍ଷା ବଳୟ ଇଏ

ଯୋଉ କର୍ମ ପାଇଁ ଗର୍ଵ ଥିଲା

ଅଭିଶପ୍ତ ଆଜି କାହିଁ ମନ ହୁଏ ?

କେମିତି ସୁରକ୍ଷା ବଳୟ ଇଏ ?? 

କିନ୍ତୁ ଏଠି ପାଚେରୀ ଠିଆ 

ସୁରକ୍ଷିତ ଏଠି ମୁଁ ନୁହେଁ

ଆଉ ଅସୁବିଧା ଖାଲି ମୋର ନୁହେଁ

ଫେରିବା ବାଟର ଅପେକ୍ଷାରେ

ମୋ ବାପାଙ୍କର ନିଦ ହଜିଯାଏ।

ହେଲେ ଏଠି ପାଚେରୀ ଠିଆ 

ଅନୁରୋଧ ସେହି ମାନଙ୍କୁ 

ନିଜେ ଥରେ ଯାଇ ଦେଖ

ଅବା ଥରେ ବୁଲି ଆସ

ସମାଧାନ ନା ସମସ୍ୟାର ବାଟ

ଅନୁଭବ କରିପାରିବେ !



Rate this content
Log in

Similar oriya poem from Abstract