STORYMIRROR

Sita Nayak

Abstract Inspirational Others

3  

Sita Nayak

Abstract Inspirational Others

ପାଚେରୀ ଠିଆ...

ପାଚେରୀ ଠିଆ...

1 min
26

ଏଠି ଚାରିଆଡ଼େ ସୁରକ୍ଷିତ ନାଁରେ 

ଅସୁରକ୍ଷିତର ପାଚେରୀ ଠିଆ

ପଛେ ଆଗରୁ ରାସ୍ତାରେ ହଜାରେ 

ଖାଲ ଢିପ ଥାଉ

ମରାମତି ପାଇଁ କେବେ ମନେ 

ପ୍ରଶ୍ନ ନ ଆସିଥାଉ 

କିନ୍ତୁ ଏଠି ପାଚେରୀ ଠିଆ

ଅନ୍ଧାର ରାସ୍ତାରେ ଭଲସେ

ଆଲୁଅ ନଥାଉ 

ସୁରକ୍ଷା ଦେବାକୁ କେହି

ନିଯୁକ୍ତି ନଥାଉ 

ହେଲେ ଏଠି ପାଚେରୀ ଠିଆ 

ଯୋଉଠି ୧୫ ମିନିଟ୍ ଥିଲା

ଏବେ ୪୫ ମିନିଟ୍ ହେଲାଣି 

ଚାଲିବା ବାଟ ବି

ଲମ୍ବା ପଡ଼ିଲାଣି

କିନ୍ତୁ ଏଠି ପାଚେରୀ ଠିଆ

କେମିତି ସୁରକ୍ଷା ବଳୟ ଇଏ

ଯୋଉ କର୍ମ ପାଇଁ ଗର୍ଵ ଥିଲା

ଅଭିଶପ୍ତ ଆଜି କାହିଁ ମନ ହୁଏ ?

କେମିତି ସୁରକ୍ଷା ବଳୟ ଇଏ ?? 

କିନ୍ତୁ ଏଠି ପାଚେରୀ ଠିଆ 

ସୁରକ୍ଷିତ ଏଠି ମୁଁ ନୁହେଁ

ଆଉ ଅସୁବିଧା ଖାଲି ମୋର ନୁହେଁ

ଫେରିବା ବାଟର ଅପେକ୍ଷାରେ

ମୋ ବାପାଙ୍କର ନିଦ ହଜିଯାଏ।

ହେଲେ ଏଠି ପାଚେରୀ ଠିଆ 

ଅନୁରୋଧ ସେହି ମାନଙ୍କୁ 

ନିଜେ ଥରେ ଯାଇ ଦେଖ

ଅବା ଥରେ ବୁଲି ଆସ

ସମାଧାନ ନା ସମସ୍ୟାର ବାଟ

ଅନୁଭବ କରିପାରିବେ !



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract