ଆବରଣ
ଆବରଣ
ଜୀବନ ଯେ କେତେ ସଂଘର୍ଷ ଦେଇ ଗତି କରୁଛି କିଏ ବା ଦେଖିଛି ।ସବୁ ଉପରେ ଗୋଟେ ଦେଖା ଯାଉଥିବା ବେଳେ ଭିତରେ ଅନ୍ୟ ଏକ।କର୍ମ ମୟ ଜୀବନର ବ୍ୟସ୍ତତା ସେଇଟା ଅବା କିଏ ଦେଖିଛି। ଘର ଲୋକ ସମସ୍ତେ ଖୁସି ଝିଅ ଆମର ଚାକିରି କରୁଛି।ଆଉ ପଇସା ରୋଜଗାର କରୁଛି ।ଆଉ ଯଦି କେବେ କାହାର ସେହି କ୍ଷେତ୍ରରେ ଦରକାର ପଡେ ତ ସେ ନିଶ୍ଚୟ ଆମ ସାହାଯ୍ୟରେ ଆସିବ।
ଏମିତି ଭାବନା କେବଳ ମୋ ମା ବାପାଙ୍କର ନୁହେଁ ସବୁ ମା ବାପାଙ୍କର ,ଏମିତିକି ଗର୍ବରେ କେଉଁଠି କଥା ପ୍ରସଙ୍ଗରେ ମଧ୍ୟ ଛାତିକୁ କୁଣ୍ଢେମୋଟ କରି କୁହନ୍ତି କି ଆମ ଝିଅ ଚାକିରି କରୁଛି।
ହେଲେ ଏତେ ବଡ ପ୍ରାଙ୍ଗଣରେ କେହି ଯଦି ଝିଅକୁ ଭଲ ଭାବେ ଅବା ଚିହ୍ନି ପାରିଥାନ୍ତେ !ଯଦି ହଠାତ୍ କେହି ଜଣେ ଗାଁ ଆଖ ପାଖରୁ ଆସେ ତ କୁହନ୍ତି , "ମାଆ ରେ ଯିବୁ ତ ଟିକେ ଦେଖି ଦେଇ ଆସିବୁ
ସେ କାଶିଆ ବାପା କୁ ଭଲ ଲାଗୁ ନଥିଲା ଯେ ମେଡିକାଲ ଯାଇଛି,ଆଉ ସେ ଖପରି ଘର ନୂଆ ବୋହୂଟିଏ ଡେଲିଭେରୀ ପାଇଁ ଯାଇଛି ଏବଂ ଆଉ କେବେ ସେ ଟକରା ଭାଇନାର ପୁଅର ଦେହରେ କଣ ରକ୍ତ କମି ଯାଇଛି ଯେ ଏ ଗାଁ ଡାକତର ମନା କରିଦେଲା ।ବଡ଼ ମେଡ଼ିକାଲ ନେଇଛନ୍ତି। ତା କଥା ଟିକେ ବୁଝିବୁ" ।
ହେଲେ କୋଉଠି କୋଉ ବିଭାଗ, କୋଉ ଖଟ ଏସବୁ କିଛି ଜଣା ନାହିଁ।
ଯଦି କେହି ଯିବ କେମିତି ବା ଯିବ ?ଆଉ ଏଇଠି ଚିହ୍ନା ଦେବାର ଗୋଟିଏ ବ୍ୟବସ୍ଥା ସେହି ଆବରଣ ।ହେଲେ ତ, ହ୍ୱାଇଟ୍ ଆପ୍ରନ ନହେଲେ ଆଇଡି କାର୍ଡ।ନହେଲେ କେହି ଚିଂହିବେନି ବେଳେବେଳେ ଏହାର ବି ମୂଲ୍ୟ ନଥାଏ ।ଯେତେ ନିଜକୁ ଷ୍ଟାଫ୍ କହି ଚିଲେଇଲେ ବି କିଏ ଶୁଣିବେ ହିଁ ନାହିଁ ।ବେଳେବେଳେ ଭାବନା ଆସେ ଏଠି ସବୁ ଅନ୍ଧ ନା ଏମାନେ ସବୁ ଜାଣିଶୁଣି ଅପମାନିତ କରାନ୍ତି। ବିନା ଆବରଣ ହୁଏ ତ ସେତିକି ଅନୁଭବ ହୁଅନ୍ତାନି ସେମାନେ ନ ଚିଂହିଲେ କିନ୍ତୁ, ହ୍ୱାଇଟ୍ ଆପ୍ରନ ପରେ ବି ଯେତେବେଳେ ଅଣଦେଖା ହୁଏ
ସେତେବେଳେ ଅନୁଭବ ହୁଏ ନିଜ ଇଜ୍ଜତ୍ ନିଜ ହାତରେ ନଷ୍ଟ କଲା ଭଳି ।
ବହୁତ୍ ସାରା ଘଟଣା ଯାହା ଲୋକ ଲୋଚନକୁ ଆଣିବା ହୁଏ ତ ସମ୍ଭବପର ନୁହେଁ କିନ୍ତୁ ତା ମଧ୍ୟରୁ ଗୋଟେ।ଘର ମଧ୍ୟରେ ପାଚେରୀ ପଡ଼ିଲେ ଯୋଉ ଭଳି ପରିସ୍ଥିତି ହୁଏ ଆଉ ସେମିତି କିଛି ପାଚେରୀକୁ ଭାଙ୍ଗିବାକୁ ମୁଁ ମଧ୍ୟ ଯାଇଥିଲି।ଆଉ ତାପରେ ଏମିତି ଗୋଟେ ଦୁଃଖ ଖବର ଘର ଲୋକଙ୍କୁ କେମିତି ଯେ ସାମ୍ନା କରି ଦେବି ନିଜେ ହିଁ ଅବାକ୍ ହୋଇ ପଡିଲି ।
ଏଇ ଆବରଣ ମୋତେ ଗୋଟେ ନୂଆ ପରିଚୟ ଦେଇଛି ସତ ହେଲେ ବହୁତ୍ କିଛି ଏମିତି ପରିସ୍ଥିତିକୁ ମଧ୍ଯ ଆଣି ଠିଆ କରିଛି ଯାହା କେବେ ଇଚ୍ଛା କରେନି କି ମୋ ପରିବାର ଅବା ଅନ୍ୟ କେହି ଚିହ୍ନା ଲୋକ ପୁଣି ଏହି ସ୍ଥାନକୁ ଆସୁ ବୋଲି।
