STORYMIRROR

Sita Nayak

Inspirational Others

4  

Sita Nayak

Inspirational Others

ସଫଳତା

ସଫଳତା

1 min
192

ସହଜ ନା ଏ କଷ୍ଟ କେଜାଣି କଣ ଇଏ...

କାହା ଆଶୀର୍ବାଦ ନା ପୁଣ୍ୟର ଫଳ ଇଏ...

କେତେ ପ୍ରାର୍ଥନା ମିଛ

ନା ଅଦମ୍ୟ ପରିଶ୍ରମ ମିଛ

ନା ଅବା ଦେଖିଥିବା ସ୍ୱପ୍ନର

ଆଖି ଆଗରେ ସାକାର ହେବାର 

ଗୋଟେ ବିରାଟ ଖୁସିର କାରଣ ଇଏ...!

ଲୋକେ ତାଳି ବି ବଜାନ୍ତି ଉତ୍ସାହିତ ହୋଇ...

ମଧୁରତାରେ ମୁହଁ-ମିଠା ବି କରନ୍ତି ହସି ଦେଇ

ହେଲେ ସଂଘର୍ଷର ସ୍ୱରକୁ

ନା କେବେ ଶୁଣି ଥାଆନ୍ତି 

ନା ଅବା କେବେ ବୁଝିବାର 

ଛୋଟିଆ ପ୍ରୟାସ

ସେ କେବଳ ହାସଲ ପରର କାହାଣୀକୁ 

ଉପଭୋଗ କରନ୍ତି ଗୋଟେ ଗଳ୍ପ ଭାବି।

କହୁଥିବା ପାଟି ଆଜି ଚୁପ୍ ଅଛି

ନିଚ୍ଚା ଦେଖୁଥିବା ଆଖି ଆଜି ଲୁଚି ରହିଛି

ଅଚିହ୍ନା ପୁଣି ଚିହ୍ନା ହୋଇଛି

ଶତ୍ରୁ ପୁଣି ମିତ୍ର ସାଜିଛି

ବୁଲି ପଡ଼ିଥିବା ମୁହଁ ପୁଣି ଫେରି ଚାହୁଁଛି 

ଆଉ ପର ପୁଣି ଆପଣାର ହେଇଯାଇଛି..

କାରଣ;

କାରଣ ଆଜି ସଫଳତା ତୁମ ସାଥିରେ ଅଛି,

ସଫଳତା ତୁମ ସାଥିରେ ଅଛି ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational