STORYMIRROR

Sita Nayak

Inspirational Others

4  

Sita Nayak

Inspirational Others

ସେବିକା....!🩺

ସେବିକା....!🩺

1 min
15

ସେବାକୁ କରିଛି ମୂଳମନ୍ତ୍ର ମୁଁ ଯେ,

ସେବିକାଟି ଗୋଟେ ହୋଇ 

ସେବା କରି ଦିନେ ଏ ଜୀବନ ମୋର

ଚାଲିଯିବ ଶେଷ ହୋଇ ।।

ଜନମ ମରଣ କେତେ କାହିଁ କଷ୍ଟ

ଦେଖିଅଛି ଏହି ଆଖି

ସେଇ କଷ୍ଟ ଯଦି ଛାତିରେ ଲଗାଏ

ଲୁହ ଯିବ ସବୁ ଶୁଖି ।।

ଚିକିତ୍ସାର ଆଦେଶ ଦେଇ ନ ପାରିବି

ସ୍ପର୍ଶରେ ଦିଏ କହି 

ବେଳେ ବେଳେ ମୋର ମିଠା କଥା ପଦ

ରୋଗୀ ମୁହେଁ ହସ ଦେଇ ।

ସମସ୍ତଙ୍କ ଗାଳି ଦିଏ ଦେହେ ବୋଳି 

ଅପନିନ୍ଦା ସବୁ ସହି 

ମାଆଟେ ସାଜି ମୁଁ ନିଜର କରିବି

ରୋଗୀକୁ ସନ୍ତାନ କହି।।

କଥାରେ ନୁହଁ ମୁଁ କାମରେ କରିବି

ସଚ୍ଚୋଟତା ମନେ ରଖି

ମୋ ଦ୍ୱାରା କିଛି ଭୁଲ୍ ଭଟକା ଯେ

ଯେମିତି ନ ଯିବ ହୋଇ ।

ଆଖି ଖୋଲିବାଠୁ ବୁଜିବା ଯାଏଁ ମୁଁ 

ସବୁର ଯେ ମୁକ ସାକ୍ଷୀ

ଜୀବନ ଯୁଦ୍ଧରେ ଲଢେଇ ପରେ ସେ

ବଞ୍ଚିବାର ଆଶା ଦେଖାଇ ।

ସବୁର ଦାୟିତ୍ଵ ଛୋଟ ଅବା ବଡ଼ 

ସୁଚାରୁ ରୂପରେ ତୁଲାଇ

ସମୟ ରଥରେ ଆଗକୁ ବଢ଼ିକି

ଆଦର୍ଶ ସେବିକାଟେ ହୋଇ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational