STORYMIRROR

Sita Nayak

Abstract

4  

Sita Nayak

Abstract

ସାନ୍ତା ତୁମେଆସୁଛ କି...??

ସାନ୍ତା ତୁମେଆସୁଛ କି...??

1 min
302

ସାନ୍ତା ତୁମେ ଆସୁଛ କି..?

କିଛି ଉପହାର ନେଇ

ସାନ୍ତା ତୁମେ ଆସୁଛ କି..?

ସାରା ବର୍ଷର ଶେଷ ମାସରେ 

ଆଉ ଶୀତର କୋହଲା ପବନରେ...

ସେହି ଶୀତ ପୋଷାକକୁ ପିନ୍ଧି 

ଚମତ୍କାରର ପେଢ଼ିକୁ ହାତରେ ନେଇ...

ସାନ୍ତା ତୁମେ ଆସୁଛ କି..?

କେବେ ଖୁସି ଆଉ କେବେ ଲୁହରେ 

ସାରା ବର୍ଷଟା ହିଁ ବିତିଗଲା

ହେଲେ ତୁମର ସେ ଚମତ୍କାରୀ ପେଢ଼ିର

ଚମତ୍କାର ପାଇ ହେଲାନି...

ସାନ୍ତା ତୁମେ ଆସୁଛ କି..?

ପୁଣି କିଛି ଉପହାର ନେଇ ,

ଆଉ ସାଥିରେ କିଛି

ନୂଆ ଭାଗ୍ୟ ନେଇ..

ସାନ୍ତା ତୁମେ ଆସୁଛ କି..?

ଖୁସିର ପୂଟୁଳରେ ହସକୁ ବାନ୍ଧି,

ଏବଂ ବିତିଯାଇଥିବା କଷ୍ଟ ଭରା ଅତୀତକୁ 

ନିଜ ପିଠିରେ ବୁହାଇ ନେବା ପାଇଁ,

ନାଲି ନୀଳ ରଙ୍ଗର ଝିଲିମିଲି ଆଲୁଅରେ 

ତୁମ ଆଶୀର୍ବାଦ ନେଇ ,

ସାନ୍ତା ତୁମେ ଆସୁଛ କି..?

କିଛି ବିଦାୟର ବେଦନା 

ଆଉ କିଛି ଆଗମନର ଭରସାରେ 

ଅପେକ୍ଷା ତୁମକୁ...

କିଛି ସ୍ମୃତିକୁ ହଜେଇ 

ଆଉ କିଛି ସଜେଇ

ତୁମ ଅପେକ୍ଷାରେ...

ଡିସେମ୍ବରର ଶେଷ ଚିଠିରେ

ନୂଆ ଠିକଣାରେ ମଧ୍ୟ

ସାନ୍ତା ତୁମେ ଆସୁଛ କି..?

ସାନ୍ତା ତୁମେ ଆସୁଛ କି..?


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract