STORYMIRROR

Sita Nayak

Abstract Tragedy Others

4  

Sita Nayak

Abstract Tragedy Others

ଜେଜେମା

ଜେଜେମା

1 min
9


ଆଜି କାହିଁ ଭାରି ମନେ ପଡେ

ସେହି ପିଲା ଦିନ କଥା 

ଆଉ ଜେଜେ ମାଆର

ସେହି ଠେଙ୍ଗା ବାଡି କଥା

ଗପ କମ୍ ଆଉ ବହୁତ୍ କୁହେ ତା

ବାପା ଆଉ ଭାଇ କଥା 

ଯାହା ସେ ମନରେ ରଖିଥାଏ

ଠିକ୍ ଆମ ଆଗେ ବଖାନୁ ଥାଏ

ଭୂଇଁ ରେ ପଡିଲେ ମାଡ଼ ଆମକୁ ହୁଏ

ହେଲେ ବିଚରା ଭୂଇଁ ଟି

ମାଡ଼ ଖାଏ ସେହି ଠେଙ୍ଗାରେ 

କେତେ ଯେ ଝଗଡ଼ା ରେ

ଟାଣି ନେଇଛୁ ତାକୁ

ସ୍କୁଲ ପିଣ୍ଡା ଆଗକୁ

ସାହସଟିଏ ବନେଇ

ସାରା ଦୁନିଆ ଆଗରେ

ଆମ ପାଇଁ ଲଢିବାକୁ ବି

ସେ ପଛାଏ ନାହିଁ 

ଯେତେ କହିବି

ସରିବନି ତା ପ୍ରେମ ଆଉ କଥା 

ଭଲପାଇବାର ଗୋଟେ ଜ୍ୟୋତି ଶିଖାଟେ 

ଆଜି ସେ ଦୁନିଆ ଆଗରେ 

ହେଲେ ଆଜିବି ତାକୁ କାହିଁ

ଏ ମନ ମୋର ଝୁରେ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract