Sita Nayak

Abstract Tragedy Others

4  

Sita Nayak

Abstract Tragedy Others

ଜେଜେମା

ଜେଜେମା

1 min
12



ଆଜି କାହିଁ ଭାରି ମନେ ପଡେ

ସେହି ପିଲା ଦିନ କଥା 

ଆଉ ଜେଜେ ମାଆର

ସେହି ଠେଙ୍ଗା ବାଡି କଥା

ଗପ କମ୍ ଆଉ ବହୁତ୍ କୁହେ ତା

ବାପା ଆଉ ଭାଇ କଥା 

ଯାହା ସେ ମନରେ ରଖିଥାଏ

ଠିକ୍ ଆମ ଆଗେ ବଖାନୁ ଥାଏ

ଭୂଇଁ ରେ ପଡିଲେ ମାଡ଼ ଆମକୁ ହୁଏ

ହେଲେ ବିଚରା ଭୂଇଁ ଟି

ମାଡ଼ ଖାଏ ସେହି ଠେଙ୍ଗାରେ 

କେତେ ଯେ ଝଗଡ଼ା ରେ

ଟାଣି ନେଇଛୁ ତାକୁ

ସ୍କୁଲ ପିଣ୍ଡା ଆଗକୁ

ସାହସଟିଏ ବନେଇ

ସାରା ଦୁନିଆ ଆଗରେ

ଆମ ପାଇଁ ଲଢିବାକୁ ବି

ସେ ପଛାଏ ନାହିଁ 

ଯେତେ କହିବି

ସରିବନି ତା ପ୍ରେମ ଆଉ କଥା 

ଭଲପାଇବାର ଗୋଟେ ଜ୍ୟୋତି ଶିଖାଟେ 

ଆଜି ସେ ଦୁନିଆ ଆଗରେ 

ହେଲେ ଆଜିବି ତାକୁ କାହିଁ

ଏ ମନ ମୋର ଝୁରେ ।


Rate this content
Log in

Similar oriya poem from Abstract