ମାଆ ନାହିଁ ତ'ନାଆ ନାହିଁ!!
ମାଆ ନାହିଁ ତ'ନାଆ ନାହିଁ!!
ସବୁଠାରୁ ଦାମୀ ପରା
ମାଆର ସ୍ନେହ
ମାଆ ବିନା ଦୁନିଆଁଟା
କିଛି ବି ନୁହଁ ।
ମାଆ ଥିଲେ କାହା ପାଟି
ଜମାରୁ ଖୋଲେନା
ଆଦର ସ୍ନେହର ଆଊ
ଅଭାବ୍ ରୁହେନା ।
ଅନୁଭବ କରିଛି ଯେ
ମାଆ ର ଅଭାବ
ଚିଂହିଚି ସେ ସଭିଙ୍କର
ଅସଲ ସ୍ୱଭାବ ??
ଯେତେ ସେ ନିଜର ହେଉ
କେତେ ଯେ ରକ୍ତର
ବୁଝିବେନି କେବେ ତୁମ
ପେଟର ଭୋକ ।
ଆଢୁଆଳ ଭଳି ସଦା
ମାଆଟି ରୁହେ
ସବୁ କ୍ଷେତ୍ରେ ପଣତ ତା
ବଢାଇ ଦିଏ ।
ହଟିଗଲେ ମୁଣ୍ଡ ଉପରୁ
ତାହାରି ହାତ
ତୁଚ୍ଛ ଲାଗେ ତା ବିନୁ
ଏହି ଜଗତ ।
ଲୋକଙ୍କ ନଜର ଖସେ
ଏତେ ତଳକୁ
ପ୍ରତିଟି କଥାରେ ଥାଏ
ଆକ୍ଷେପ ସବୁ ।
ନା ଟିକେ ସମ୍ୱେଦନ
ନା ଅବା ସମବେଦନା
ଠିକ୍ ତୁମେ ଯେତେ ଥାଅ
ସଦା ଭୁଲ୍ ରେ ଗଣା।
ମାଆ ବିନା ଦୁନିଆର
ଅସଲ ରୂପ
ନିହାତି ଜାଣିଛି ସେହି
ଭୋଗିବା ଲୋକ ।
ମାଆ ନାହିଁ ମାନେ ସତ
ନାଆ ହିଁ ନାହିଁ
ତା ବିନୁ ଜୀବନର
ସାର୍ଥକ କାହିଁ??
