STORYMIRROR

Panchanan Jena

Tragedy

4  

Panchanan Jena

Tragedy

ରୁହେ ନୀରବ ତୁଣ୍ଡରେ

ରୁହେ ନୀରବ ତୁଣ୍ଡରେ

1 min
15


ଶ୍ରାବଣ ଆକାଶଟା

କେବେ ଘନନୀଳ ସାମିଆନା

ପୁଣି କେବେ କଳାହାଣ୍ଡିଆ ମୂର୍ଛନା

କିନ୍ତୁ ତୁମ ପାଇଁ

ଖଣ୍ଡ ଖଣ୍ଡ ଭସା ବାଦଲ

ଧଳା ବରଫ ଫୁଲ ପରି ହଲ ଚହଳ


କାରଣ ତୁମେ ଅସାଧାରଣ

ଆକାଶ ମାର୍ଗରେ କେତେଥର 

ଉଡି ସାରିଲଣି 

ଝରକା ପାଖ ସିଟରେ ବସିଲଣି

ଭଡ଼ାଜାହାଜରେ କମର ପଟି ବାନ୍ଧୁ ବାନ୍ଧୁ

ଝରକା କାଚ ପାଖରୁ 

ଖଣ୍ଡ ଖଣ୍ଡ ସଫେଦ ବଉଦ ମାନଙ୍କୁ

କୁଆଡ଼େ ହାତ ପାଆନ୍ତାରେ ଦେଖିଲଣି


ଆମେ ହେଲେ ବର୍ଗରେ ସାଧାରଣ

କଥାରେ ଗୃହଲକ୍ଷ୍ମୀ 

ହାଣ୍ଡୀଶାଳର ମହାରାଣୀ

ମାତ୍ର ପିଞ୍ଜରାବଦ୍ଧ ଜୀବନ ଏଠି

ଯେତେ ବୁଝେଇଲେ ବି

ସ୍ପଷ୍ଟିକରଣ ବଖାଣିଲେ ବି

ବ୍ୟର୍ଥ ପ୍ରୟାସ କରିଲେ ବି

ଫସର ଫାଟିବ ଆମ ଯୁକ୍ତି ବେଠି


ହସ ହିଲ୍ଲୋଳରେ ଉଡିଯିବ

ଧୂଳିଝଡ଼ ପରି ଆଖି ପିଚୁଲାକେ

କୁଆଡେ ମିଳେଇ ଯିବ

ଆମର ସତ ସତିକା ତଥ୍ୟମାନ

ଭିଡରେ ବ୍ରହ୍ମଜ୍ଞାନ ପରି 

ଆଖି ତରାଟି ଝରି ପଡ଼ିବ

କିମ୍ଭୁତକିମ୍ଭାକାର କଟୁଶବ୍ଦମାନ

ଅଚିରେ ଅବିଲମ୍ୱେ

ପଦାନତ ହେବ ନାରୀ ସମ୍ମାନ


କାରଣ ପଚାରିବା ଏଠି ମନା

ଉତ୍ତର ଆଶା କରିବା ଅନୁଶୋଚନା

ତେଣୁ ନୀରବ ଦ୍ରଷ୍ଟା ରହେ

ମୁର୍ଖ ମାନଙ୍କ ଭିଡରେ

ତୁଣ୍ଡ ଖୋଲି ଅପମାନ ହଜମ କରିବା ଠାରୁ

ତୁଣ୍ଡି ମରା ଜୀବନ ବହେ

ଚୁଚୁନ୍ଦ୍ରା ଅସରପା ସହିତ କଳି

କରିବା ଯାହା

ଜିତି ଗଲେ ବି ହାତ ଗନ୍ଧେଇବା ସ୍ଵାହା


ତେଣୁ ରୁହେ ନୀରବ ତୁଣ୍ଡରେ

କିନ୍ତୁ ଚଞ୍ଚଳ ମୁଣ୍ଡରେ ମଗଜରେ

ଜାଣି ଶୁଣି ବାଛି ନେଇଛି

କର୍ମ କରିଚାଲ ନିରୋଳାରେ ନିଃଶବ୍ଦରେ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy