STORYMIRROR

Panchanan Jena

Tragedy

4  

Panchanan Jena

Tragedy

ଝପାଏ ଶ୍ରାବଣ

ଝପାଏ ଶ୍ରାବଣ

1 min
9


ସଞ୍ଜ ଫେରୁଥିଲା ଧିରେ 

ଅସ୍ତରାଗ ଲେସି ପ୍ରତିଚି ଗଗନେ

ପୂବେଇ ପବନ ବହି ଆସୁଥିଲା

ତୁମ ଗାଁ ନଈ ଡେଇଁ ମୁଗ୍ଧ ମଗନେ


ଜହ୍ନିଫୁଲ ସାଥେ ଲୁଚକାଳି ଖେଳି

କାକୁଡି ମଞ୍ଚା ତଳେ ଓହଳିଥିବା ମାନଙ୍କୁ

ମାରି ମୃଦୁ କୁତରୁ କାଳି

ଝପାଏ ଶ୍ରାବଣ ଦେଇ ଗଲା ସିଞ୍ଚି

ସଂଧ୍ୟା ବେଳ ବ୍ୟସ୍ତତା ବହୁଳ

ବର୍ଷା ସହିତ ତୁଫାନି ବୟାର ବିଞ୍ଚି


ଲୁଗା ଉଠୁ ଉଠୁ ଦଉଡି ଟା ଗଲା ଛିଡ଼ି

ଶୁଖିଲା ଲୁଗା ସବୁ ଗଲା ତଳେ ପଡି

ବର୍ଷା ଟୋପାରେ ଅଧା ଉଦା ମାଟି

ଲୁଗା ବି ମଥା ବି

ଦେହ ବି ମନ ବି

ଚମକି ଚହକି ଦୈଡ଼ୁଥିଲି ଶାଢି ଗଲା ଫାଟି


ବୁଝେଇ ପାରେନି ବୋଲି 

ଖେଣ୍ଟିଆ ଖାଏ

ସହିଯାଏ ମାନିଯାଏ ବୋଲି

କଟୁକ୍ତି ପିଇଯାଏ


ଷୋହଳ ଶ୍ରାବଣ ସୋମବାର ବ୍ରତ 

କରିଥିଲି ବୋଲି

ଶ୍ରାବଣ ବି ଶେଷେ ଚାପଡ଼ା ମାରିଲା

 କାହାକୁ କହିବି ଖୋଲି


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy