STORYMIRROR

Sita Nayak

Tragedy Others

4  

Sita Nayak

Tragedy Others

ବାର୍ଦ୍ଧକ୍ୟତା....

ବାର୍ଦ୍ଧକ୍ୟତା....

1 min
27

ଜୀବନକୁ ଜମା ଡର ନାହିଁ ମୋର 

ଡର ଲାଗେ ବାର୍ଦ୍ଧକ୍ୟତା 

ଅସହାୟ ହୋଇ ଯେତେ ବି ଚାହିଁଲେ

ମନେ ଆସେ ସେହି କଥା ।

ଯୋଉ ପୁଅକୁ ମୁଁ ବଡ଼ କରିଥିଲି 

ନିଜ ପେଟୁ ଜନ୍ମ ଦେଇ 

ସମ୍ପତ୍ତି ଲୋଭରେ ତଡ଼ି ଦେଲା ଆଜି

ମୁଁହ ମୋ ଚାହିଁଲା ନାହିଁ 

ନିଜେ ଭୋକେ ରହି ଖୁଆଇ ଥିଲି ମୁଁ

ମଣିଷଟେ ହେବ ଦିନେ

ବୋହୂପରସା ସେ ଖାଇବା ଦିନଠୁ 

ପଡୁ ନାହିଁ କିଛି ମନେ।

ଦେହ ଥର ଥର ଚର୍ମ ଧଡ଼ଧଡ଼

ନଇଁ ପଡ଼ିଲାଣି ଅଣ୍ଟା 

ସନ୍ତାନ ମାନେ ମୋ ଜିଦି ଧରିଛନ୍ତି 

କରିବାକୁ ଭାଗ ବଣ୍ଟା।

କାହା ଭାଗରେ କେତେ ସଂପତ୍ତି ପଡିବ 

କିଏ ନେବ ଜମି ବାଡ଼ି 

ତା ସହ ପୁଣି ମୋତେ ରଖିବାକୁ

ଦେଉଥାନ୍ତି ମୁହଁ ମୋଡ଼ି।

ଭାବି ମୁଁ ପାରୁନି ଦୋଷ ଯେ କାହାର

ମୋର ନା ବୟସର

ଗଢ଼ି ତୋଳି ଥିବା ସୁନ୍ଦର ଘରଟି

ହୁଏ ଆଜି ଛାରଖାର।

କେତେ ଆଶା ଥିଲା ବାର୍ଦ୍ଧକ୍ୟ ବେଳେ ମୋ

ପାଇବାକୁ ଟିକେ ସେବା

ନାତି ନାତୁଣୀ ଏ ବସି ପାଖେ ମୋର 

ଗପ ଶୁଣି ହେବେ କାବା।

ସବୁ ସ୍ବପ୍ନ ଆଜି ଭାଙ୍ଗି ମୋ ଯାଇଛି

ଏକା ଏକା ଲାଗେ କାହିଁ

ସାହାରା ସାଜିଛି ବୃଦ୍ଧାଶ୍ରମ ମୋର

ବୟସର ଦ୍ୱାହୀ ଦେଇ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy