STORYMIRROR

Panchanan Jena

Tragedy

4  

Panchanan Jena

Tragedy

ଖାଉ ବଉଳା କୁମ୍ବୀର

ଖାଉ ବଉଳା କୁମ୍ବୀର

1 min
26


ମାଳ ମାଳ ପ୍ରଶ୍ନ ଓ ପ୍ରଶ୍ନବାଚୀ

ଶେଷରେ ଘିସାପିଟା ସମାଧାନ

ତୁ ଝିଅପିଲା

ଚୁପ୍ ରହିବାକୁ ଶିଖିଯା ଭଲା


ଲକ୍ଷ ଲକ୍ଷ ସମସ୍ୟାର ଭଗ୍ନସ୍ତୁପ

ଯନ୍ତ୍ରଣା ଓ ବେଦନାର ଅନ୍ଧକୂପ

ପୁରୁଷ ପ୍ରଧାନ ସମାଜରେ 

ତୁଣ୍ଡି ବନ୍ଧା ସମାଧାନ

ତୁ ମାଈ ପିଲା

ତୁଣ୍ଡରେ ତାଲା ପକେଇବା ଶିଖିଯା ଭଲା


ଆଦିମ କାଳରୁ ବଜାର ଭୋଗ୍ୟବସ୍ତୁ

ଛଦ୍ମବେଶୀ ଦାନବ ହାତରେ କ୍ରୀଡନକ

ପୁଣି ସତୀତ୍ଵର ତିନି ଗାର ପାଚେରୀ

ପୁଣି ଶଙ୍ଖା ସିନ୍ଦୁର ଭିତରେ ବିଚାରୀ

ବାନ୍ଧିରଖେ ପୁରୁଷ ଆୟୁଷ ମୁଠାକ

ବ୍ରତ ପୂଜା ଉପବାସ କରିଚାଲେ ନାରୀ

ମନବୋଧ ସମାଧାନ

ତୁ ସ୍ତ୍ରୀ ଲୋକ ପରା

ଯୋନି ଓ ଯୌନାଙ୍ଗ ଧାରିଣୀ 

ବାର ହାତ ଶାଢୀ ତଳେ ଲଙ୍ଗଳା ପୁଙ୍ଗୁଳା

ପାଟି ଶିଲେଇ କରିବା ଶିଖିଯା ଶୃଙ୍ଖଳା


ନର ପିଶାଚ ଏଠି ଗଣ୍ଡା ଗଣ୍ଡା

ଖିନ୍ ଭିନ୍ କରିବାକୁ

 ନାରୀମାଂସ ଲୋଭୀ ପଲ ପଲ ପଣ୍ଡା

ନୀରବ ପ୍ରତିବାଦର ହୁଙ୍କାର

କ୍ୟାଣ୍ଡେଲ୍‌ ଶୋଭାଯାତ୍ରା 

ତାଲାବନ୍ଦ ଷ୍ଟ୍ରାଇକ୍ କିମ୍ଵା ସେବା ବହିସ୍କାର

ନୁହେଁ ଯଥେଷ୍ଟ 

ଅନ୍ଧଭକ୍ତ ମାନଙ୍କୁ ମାଡିବ ଡର

ନୁହେଁ ପର୍ଯ୍ୟାପ୍ତ 

ଯୌନ ପାଗଳ ମାନଙ୍କୁ ଲାଗିବ କ୍ରୁର


ମୋ ମତରେ

ପାଂଶିଖୁଣ୍ଟରେ ଝୁଲେଇ ଦିଅ

ନାରୀ ଲୋଭୀ ନର ରାକ୍ଷସ ମାନଙ୍କୁ

ଖଣ୍ଡା ଚୋଟେ କାଟି ଦିଅ କିଛି ଶିର

ନୋହିଲେ

ଫିଙ୍ଗିଦିଅ ଭିତରକନିକା ବକ୍ଷକୁ

ଖାଇଯାଉ କେନ୍ଦ୍ରାପଡ଼ା ବଉଳା କୁମ୍ଭୀର


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy