STORYMIRROR

ଗୁରୁଚରଣ ମହାକୁଡ଼

Tragedy

4  

ଗୁରୁଚରଣ ମହାକୁଡ଼

Tragedy

ଯେବେ ବର୍ଷା ଆସେ

ଯେବେ ବର୍ଷା ଆସେ

1 min
14

ମନେ ପଡେ ଯେବେ ଅତୀତ ର ସ୍ମୃତି

ପୁଲ୍ଲକିତ ହୋଇ ଉଠେଇ ଏଇ ବର୍ଷା ତିଥି |


ଉଦାସ ମନ ର ଅସୁମାରୀ ଆଶା 

ଆଷାଢ ମେଘ ରେ ଭିଜି ଥିଲି ବୋଲି,

ତୋ ମନ ରେ ବାନ୍ଧି ଦେଲି ବୋଧେ,

ବାଇଚଢେଇ ର ବସା |

ନାତୁ ମୋତେ ଚାହିଁଲୁ.....

    ନାଁମୁ ତତେ....?

ପୁଣି ହେଲା ଯେବେ ଶ୍ରାବଣ ରେ ଦେଖା,

ତୋ ଚାହାଣି ଦେଖିଲେଖି ଦେଲି ଆଜି ନୂଆ ଏକ କବିତା,

ଯେବେ ବର୍ଷା ଆସେ...

      ତୋ କଥା ମନେ ପଡେ ହାଏ କାଗଜ ଡ଼ଙ୍ଗା,

ଝିପି ଝିପି ବର୍ଷା ର ଟୋପା ଟୋପା ବିନ୍ଦୁ 

ଝରି ଉଛୁଳି ଯାଏ ସାରା ଏଇ ସିନ୍ଧୁ...|

  ସିନ୍ଧୁ ବିନ୍ଦୁ ର ଏ ନୂଆ ସମ୍ପର୍କ ବର୍ଷା ଆଣି ଦେଲା ଯୋଡ଼ି

ଏଇ ବରଷ,

   ସିନ୍ଧୁ ରେ ତରଙ୍ଗ ଉଛୁଳେ ଗଙ୍ଗା,

ଭାସି ଯାଏ ମୋର କାଗଜ ଡ଼ଙ୍ଗା |

ଫେରି ଆସନ୍ତା କି ସେ ପିଲା ଦିନ 

ବର୍ଷା ଦେଖି ଫେରି ଯାଏ ମୁଁ ସେ ପଛ ଦିନ,

ଫେରି ପାରନ୍ତି କି ବାଲ୍ୟ ଜୀବନ.|


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy