ନିଃସ୍ଵ
ନିଃସ୍ଵ
ଦୁର୍ଲଭ ଜନମ ହେଲାକି ବିଷମ
ଭାଗ୍ୟ ବିଡମ୍ବନା ମାତ୍ର,
ଚକ୍ରବ୍ୟୁହେଫସି ଯାତନା ଭୋଗିଲି
କେମିତିମୁଁ ହେବିପ୍ରୀତ !
କାଳର କରାଳ ଅଶୁଭ ଏ ବେଳ
କରିଦେଲା ମୋତେ ନିଃସ୍ଵ ,
ଦୁର୍ବିସହ ହୋଇ ଚିତ୍କାର ମୁଁକଲି
ଲିଭିଗଲା ମୋରହସ !
ଅଵିଶ୍ଵାସି ନର ଦେଲା ବଡ଼ ଦଣ୍ଡ
କହାକୁ କରିବି ରୋଷ ,
ବନ୍ଦୀଶାଳେ ବିତେ ଦୁର୍ଲଭ ସମୟ
ରହିଗଲା ଅବଶୋଷ !
ଏଜୀବନ ପଥ ମୋର ଦେହ ରଥ
ରଥେ ବସିଛନ୍ତି କାନ୍ତ ,
ଏପବିତ୍ର ଉକ୍ତିଟା ଧର୍ମୀୟ ଚେତନା
ଯୁଗେ ଯୁଗେ ହେଵବ୍ୟକ୍ତ !
ଆଇନ ପଞ୍ଝାରେ ସାଧୁସନ୍ଥ ଫଶେ
କେତେଦୋଷ କେତେବିଷ ,
ତର୍ଜମା ବିହୀନ ଅଭିଯୋଗ ଫର୍ଦ୍ଦ
ଦିଏପୁଣି କଷ୍ଟ କ୍ଳେଶ !
ସବୁ ସାଧୁସନ୍ଥ ନୁହଁନ୍ତି ରାକ୍ଷାସ
ଏକଥାକୁ ଟିକେ ହେଜ ,
ସମାଜ ମଙ୍ଗଳେ ଥାଆନ୍ତି ସରାଗେ
ଯେସନେ ପ୍ରୀତି ସୂରୁଜ !
ସତ୍ୟପଥେ ଧର୍ମପଥେ ଘେନ ମୋତେ
ପ୍ରଭୁ ଜଗନ୍ନାଥେ ,
ମୁଁ ତୁମ ସେବକ ମୁଁ ତୁମ ଭକତ
କୁପଥେ ଯିବିନି କେବେ !
ଲୋଡା ନାହିଁ ମୋର ଧନକି ସମ୍ପଦ
ଲୋଡା ଖାଲି ଭକ୍ତିଭାବ ,
ଏନିଃସ୍ଵ ଶରୀର ହେଵ ମୋକ୍ଷ ପ୍ରାପ୍ତି
ଦିଅପ୍ରଭୁ ଆଶିର୍ବାଦ !
ଚର୍ଚ୍ଚାରେ ଚର୍ଚ୍ଚିତ ମୁଁ ଯେ ସାଧୁସନ୍ଥ
ସମାଜର ବିଷେତତ୍ତ୍ଵ ,
ଜିରା ଶିରା କାଢି ଅପନିନ୍ଦା ଦ୍ଯନ୍ତି
ଭାବମୂର୍ତ୍ତୀ ହୁଏ କ୍ଷୁର୍ଣ୍ଣ !
ଗଣମାଧ୍ୟମରେ ମୋର ନାମ ଭାସେ
ଚାନେଲ ଟିଆରପି ପାଇଁ ,
ମୋହାର ସଜେଇ ଦିଅନ୍ତି କନ୍ଦେଇ
ହିସାବ ନିକାଶ ନାଇଁ !
- - - - - - - -
