STORYMIRROR

Sandhya Rani Panigrahy

Tragedy Others

3  

Sandhya Rani Panigrahy

Tragedy Others

ମୁଁ ଆଉ ଏକ ଅଭିମନ୍ୟୁ

ମୁଁ ଆଉ ଏକ ଅଭିମନ୍ୟୁ

1 min
373

ମୁଁ ଅଭିମନ୍ୟୁ ଆଉ ହେବିନି

ଏ ମହାରଥୀ ଘେରରେ ବି ପଶିବିନି

ଏଥର ଚୁପ୍ ରହିବି 

ନିଜକୁ ରକ୍ଷା କରିବି

ଯୁଦ୍ଧରେ ବିଜୟୀ ମୋର ଦରକାର ନାହିଁ

କିମ୍ବା ଏ ଅଧର୍ମ ସହ ଲଢିବାର ନାହିଁ

ମୁଁ ସନ୍ଦି ବି କରିବାର ନାହିଁ

ଅସ୍ର ବି ଉଠାଇବା ନାହିଁ

ଯେଉଁ ଅଦ୍ୟମ ଚେଷ୍ଟା ମୋତେ ମାରିବାର

ଏଥର ମୁଁ ପଣ୍ଡ କରିବି ସତରେ ଏକାଥର

ସବୁ ମୋର ଅଭିଯାନ ଲୁଚାଇ ରଖିବି

ସାଜ ସରଞ୍ଜାମ ସହ ଖେଳ ନ ଖେଳିବି

ଜଣାଇବି ନାହିଁ ମଧ୍ୟ ମୋତେ ଅଧା ଯୁଦ୍ଧ ଜଣା

ପରାକ୍ରମ ଭାବେ ପରିଚିତ ବି ପରିଚୟ ଶୁଣା

ଜନନୀ ମୋର ଗର୍ଭସ୍ଥରେ ଶୋଇଗଲେ ବୋଲି

ମୁଁ କିମ୍ପା ତାଙ୍କୁ ଏତେ ଦାରୁଣ ଯନ୍ତ୍ରଣା ଦେବି ଖାଲି

ମୋର ଏଥିରେ କହିବାର ନାହିଁ କିଛି

ଚୁପ୍ ଚାପ୍ ଧୀରେ ରହିବାର ଅଛି

କିଛି ପରାମର୍ଶ କିମ୍ବା ଉଚିତ୍ ଅନୁକମ୍ପା ଅମୂଳକ 

ମୁଁ ମୋର ଧନୁର୍ଦ୍ଧର ଯୋଦ୍ଧା ନିଃସନ୍ଦେହ ଅଧିକ 

ଅପବାଦ ରଟିଲା କେତେ ମା ନ ସହିଲେ

ଥରୁଟିଏ ବି ସେ ତାଙ୍କ ତୁଣ୍ଡ ନ ଖୋଲିଲେ

ମୋର ଦୁର୍ବଳତା ନୀରବତା କାଳ ମୋ ପାଇଁ 

ଅତିରିକ୍ତ ତରବର ଏଥର ହେବାର ନାହିଁ 

ମୁଁ ଅପେକ୍ଷା କରିବି ଅର୍ଜୁନ ଲେଉଟିବ ସତରେ

ତାପରେ ହୁଏତ ଏ ସୁର ବୀର ଯୁଦ୍ଧ କରିପାରେ 

ଛତ୍ର ଛାୟାରେ ସୁରକ୍ଷିତ ମୋର ଜୀବନ ନାଟିକା

ସତକଥାଟା ଜାଣିବାକୁ ହେବ ସତରେ ମୋ ଅଟକା

ଗର୍ଭ ଶୂନ୍ଯ ହେବାକୁ ଦେବିନି ଏକ ମାତ୍ର ସନ୍ତାନ ଏଥର

ମୋ ପରେ କିଏ ବା ଅଛି ନେବ ଯତ୍ନ ଦୁନିଆରେ ଜନନୀର

ମୁଁ ଜାଣି ଗଲିଣି ଚକ୍ରାନ୍ତର ସୂତ୍ର ଅନୁସାର ଅସୁମାରି

ଅଧର୍ମରେ ଆଚ୍ଛାଦିତ ଆଲୁଅକୁ ଲୁଚିବା ଅଦରକାରୀ 

ପ୍ରତିବିମ୍ବ ନିଜର ମୁଁ ଦେଖିବି ଏଥର ଚନ୍ଦ୍ରର ଲାଲିମାରେ

ଅଧାରୁ କେବେ ଛାଡ଼ିବିନି ଧର୍ମରେ ରଣ କୌଶଳରେ

ବିଶ୍ବାସରେ ବିଭୋରତା ହେବିନି ଅବିଶ୍ଵାସ ସନ୍ଦେହରେ

ମୁଁ ଏ କବଳରୁ ମୁକ୍ତ ଜୀବନର ଆରମ୍ଭ ଓ ଶେଷରେ

ପକ୍ଷପାତିତା ଦଳ ବଦଳର ବଳୟରେ ପବନର ବେଗରେ

ସ୍ବଅସ୍ତିତ୍ବରେ ପ୍ରଶ୍ନ ଚିହ୍ନ କେବେ ଲାଗିବାକୁ ଦେଇ ନ ପାରେ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy