STORYMIRROR

Sandhya Rani Panigrahy

Fantasy Others

2  

Sandhya Rani Panigrahy

Fantasy Others

ନିଜ ମନ ମୁତାବକ ନିଜ ସ୍ୱୟମ୍ଭର

ନିଜ ମନ ମୁତାବକ ନିଜ ସ୍ୱୟମ୍ଭର

1 min
97


କେଉଁ ଯୁଗରୁ

ମିଲିଛି ସ୍ଵାଧୀନତା

ନାରୀକୁ ସତରେ ଭିନ୍ନତା

ବାଛିବାର କ୍ଷମତା

ନିଜ ପାଇଁ ନିଜେ

ନିଜର ଅଧିକାରରେ

ଯୋଗ୍ୟ ବରର

ନିଜ ଚାହିଦାରେ

ଅନୁସରଣ ଏ ସମ୍ପର୍କରେ

ଅଯଥାରେ ନାହିଁ

ପିତା ବି ମାତାର

ଅଧିକାରର ବହିଃଭୃତ

ପରିସରର ବାହାରେ 

ସ୍ବମତରେ ସ୍ଵୟମ୍ବରର

 ଖୁବ୍ ପୁରୁଣା ଏ ବିଚାର

 ମାନି ନେବାକୁ ବାଧ୍ୟ ଏଥିର

 ସେ ବର ହେଉ ସଂଯୁକ୍ତାର

 ବା କୃଷ୍ଣ ଭଗିନୀ ସୁଭଦ୍ରାର

 ବୃହନ୍ନଳାକୁ ବିବାହ ପାଇଁ

 ରମ୍ଭାର ମନରେ ଉଠିଲା ଯେଉଁ

 ସେ ବି ଏକ ମନର ଇଚ୍ଛା

 ବାଦ ଦିଆଯିବା ନୁହେଁ ବୃଥା

 ମନର ପୁରୁଷ ବାଛିବାର ଅଧିକାର

 ଥିଲା ସୀତା ଆଉ ଦୌପଦୀର

 ନ ହେଲେ କର୍ଣ୍ଣ ଓ ରାବଣ ହେଲେ ବିଚରା

 ହାରି ନ ଥାନ୍ତେ ରାଜଦରବାରରେ ଏକବାର

 ବାଛିବାର ଅଧିକାରରେ ବନ୍ଧା ପଡିଲେ

 କୃଷ୍ଣଙ୍କ ବି ଷୋଲସହସ୍ର ପତ୍ନୀ ଥିଲେ

 ଶୁଣିଛ କି ଏମିତିଆ ନିଆରା ବିବାହ ପୁରୁଷର

 ସେ ବାଛିପାରିବ କରି ନିଜ ସ୍ୱଯମଂର

 ସତରେ କେତେ ଯେ ରାଜକୁମାର

 ଆସି ପହଞ୍ଚନ୍ତି ରାଜକୁମାରୀ ଘର

 ଯୁଗଯୁଗାନ୍ତର ପ୍ରଥା ଏମିତି ରହିଛି

 ଏବେ ବି ନାରୀ ନ ଚାହିଁଲେ ପୁରୁଷ ଅଲୋଡା ରହୁଛି ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy