STORYMIRROR

Sandhya Rani Panigrahy

Romance

3  

Sandhya Rani Panigrahy

Romance

ଶୀତରେ ପ୍ରେମ

ଶୀତରେ ପ୍ରେମ

1 min
139


ଶୀତର ମୋହ 

ପ୍ରେମରେ କୋହ

ବହଳିଆ କୁହୁଡିରେ

ମନଟା ଉଚ୍ଚାଟ କରେ

ପଣତଟା ଅଣ୍ଟୁନାହିଁ

ଭିଡି ଭିଡା ଏ କଲାଣି

ସତରେ ଶୀତ ଆସୁଛି

ମନଟା ଶୀତେଇ ଯାଉଛି

ତୁମର ଖେଳ ଭାବନାର

କେବଳ ଆଶା ଆକାଂକ୍ଷାର

ଜାବୁଡି ଧରେ ମନକୁ

କାକର ଭିଜି ହୃଦୟକୁ

ଆର୍ଦ୍ରତା ଭରା ଓଦାର

ଶିଶିର ଭରା ଘାସଗାଲିଚାର

ବରଫର ବରଷାରେ

ହାତପାପୁଲି ମହକେ ଥଣ୍ଡାରେ

ମହଣ ମହଣ କୁହୁକଭରା

କୁହୁଡିଆ ସକାଳର ଶୀତୁଆ ଖରା

ଏଥରକ ତୁମେ ମୋଟେଇଛ

ତଥାପି ଖୁବ୍ବ ଭଲ ଲାଗୁଛ

କେତେ ଦିନରେ ଦେଖାହେଲା

ଭୂଲାମନ ଭୂଲିଲେ ହେଲା

ତୁମେ ମନ ପଡ ବଳୟ କୁହୁଡିରେ

କେତେ ଠାର ତୁମେ ବୁଝି ଅବୁଝାରେ

ଶୀତର ଜହ୍ନ ବହୁ ବେଳର

ଆକାଶ ଅଧୀରା ରାତି ଅଧର

ଚାରିଆଡେ ନିଶୂନ ପ୍ରହର 

କେତେ ଲମ୍ବା ପଥ ଝୁରିବାର

ମନର ଝଡ ଏଯାଏଁ ଥମୁନାହିଁ

ଶୀତର ଚାଦର ଉଷ୍ମତା ଭରିନାହିଁ

କିଛି ସୁପ୍ତ ଇଚ୍ଛା ମନରେ ଝଡ କରୁଛି

ଆଉ କହିବ କହିବ ହୋଇ ଚୁପ ରହୁଛି ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance