STORYMIRROR

Niranjan Sahu

Tragedy

3  

Niranjan Sahu

Tragedy

ତଥାପି ମୋ ମାଆ କାନ୍ଦୁଛି

ତଥାପି ମୋ ମାଆ କାନ୍ଦୁଛି

1 min
127

କେତେ ସଂଘର୍ଷ କେତେ ବିପ୍ଳବ   

ମୋ ଭାରତ ମାଟିରେ ହେଇଛି

କେତେ ଦେଶପ୍ରେମୀ ଜୀବନ ବଦଳେ

ମୋ ଭାରତ ସ୍ୱାଧୀନ ପାଇଛି


ମୋ ଭାରତ ସିନା ସ୍ୱାଧୀନ ପାଇଲା

ଆଜିବି ଦୁଃଖରେ ରହିଛି

ସନ୍ତ୍ରସ ବାଦୀ ଉଗ୍ରବାଦୀ ଅତ୍ୟାଚାରେ

ମୋ ମାଆ କଲବଲ ହେଉଛି


ମୋ ମାଆର କୋଳରେ ନାରୀଟିଏ ଆଜି

ଘୁରିବୁଲିବାକୁ ଡରୁଛି

ସ୍ୱାଧୀନ ଦେଶରେ ନାରୀସମାଜ

ସତେକି ଖେଳଣା ହେଇଛି


ଯୌତୁକ ଜୁଇରେ ଅବଳା ଏଠାରେ

ଡହଳ ବିକଳ ହେଉଛି

ଏସିଡି ମାଡ଼ରେ କିଏ କେଉଁଠାରେ

ହନ୍ତ ସନ୍ତ ହୋଇ ସଢ଼ୁଛି


କେତେ ନାରୀହତ୍ୟା କେତେ ଭ୍ରୁଣହତ୍ୟା

ନୀତି ଗଣ ମାଧ୍ୟମ କହୁଛି

ଆଜିର ମାନବ ବିକୃତ ମାନସେ

ନାରୀ ମାଂସ ଲୋଭି ହୋଇଛି


ପାଞ୍ଚ ବର୍ଷର କୁନି ଝିଅଟିଏ ବି

ଧର୍ଷଣ ଶିକାର ହେଉଛି

କିଏ ବିଶ୍ୱାସୀ କିଏ ଅବିଶ୍ୱାସୀ

ନାରୀ ପାଇଁ ପ୍ରଶ୍ନ ହୋଇଛି


ରକ୍ଷକ ଆଜି ଭକ୍ଷକ ସାଜି

ନାରୀ ପାଇଁ କଣ୍ଟା ସାଜିଛି

କେମିତି ଚଳିବେ କେମିତି ବଞ୍ଚିବେ

ନାରୀ ଜାତିରେ ଭାଳେଣି ପଡିଛି


ଭାରତ ଆଜି ସ୍ୱାଧୀନ ବୋଲି

ସାରା ବିଶ୍ୱରେ ଡିଣ୍ଡିମ ପଡୁଛି

ଭାରତରେ କୋଳରେ ନାରୀ ଜାତି ଆଜି

ପରାଧୀନ ହୋଇ ରହିଛି


ମୋ ମାଆ ଆଜି ସ୍ୱାଧୀନ ବୋଲି

ଦେଶ ସ୍ଵାଧୀନ ଦିବସ ପାଳୁଛି

ସ୍ୱାଧୀନ ସିନା ପାଇଲା ମୋ ମାଆ

ତଥାପି ମୋ ମା କାନ୍ଦୁଛି



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy