STORYMIRROR

Prabhash chandra Toltia

Tragedy Inspirational

3  

Prabhash chandra Toltia

Tragedy Inspirational

ଅହଂକାରୀ ମଣିଷ

ଅହଂକାରୀ ମଣିଷ

1 min
514

ବଞ୍ଚିଥିବା ବେଳେ ମାଆ ବାପାଙ୍କୁ

କରିଦେଇଥିଲୁ ପର

ଯେତେ ଜମି ବାଡି ବାପା ରଖିଥିଲା 

ଏବେ କରୁଅଛୁ ଅକ୍ତିଆର

ବା ରେ ମଣିଷ ବା ନିଜକୁ ଭାବୁଛୁ ବଳିଆର

କେତେ ଅର୍ଜିବୁ ତୁ ପାପ ଭାର।


ଯେତେ ଅରଜିବୁ ପେଟ ପୁରିବ ନି 

ଏମିତି ତୁ ବଞ୍ଚିରହିବୁ

କେହି ନଥିବେ କାନ୍ଦିବା ଲୋକ 

ଯେଉଁ ଦିନ ତୁ ମରିବୁ


ବୁଢ଼ା ବାପଟିର ତଣ୍ଟି ଧରୁଥିଲୁ

ମାଆକୁ ମାରିଲୁ ଗୋଇଠା

ଦରିଦ୍ର ହେଇକି ବୋଧେ ସେଥିପାଇଁ 

ଖାଇବୁଲୁ ଅଛୁ ଅଇଁଠା।


ଅର୍ଜିଦେଇଥିଲା ବାପା ସମ୍ପତି ବିକି ଭାଞ୍ଜି କରି ଖାଇଲୁ

ପୁଣି ମଗୁଅଛୁ ଭାଇ ଭାଗ

ହାହାକାର କରି ଅକର୍ମା ହୋଇ ଦୁନିଆଟା ସାରା ବୁଲିଲୁ

ଏବେ ଲଗାଉଛୁ ପୁଣି ଦାଗ।


ଭାଇ ଭାଇ ଭିତରେ କେତେ ଆଉ କଳହ କରିବୁ

କେତେ ଅହଙ୍କାର କରିବୁ

ଅଛି ଯଦି ମଣିଷ ପଣିଆ 

ଏବେ ବି ସୁଧୁରି ପାରିବୁ।


ସମୟର ଜାଲେ ଛନ୍ଦି ହୋଇ ଯାଇ 

ଦିନେ ଅନୁତାପ କରି ମରିବୁ।

କେତେ ଆଉ ଅହଙ୍କାର କରିବୁ

କେତେ ଆଉ ଅହଙ୍କାର କରିବୁ.....


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy