STORYMIRROR

Prabhash chandra Toltia

Classics

3  

Prabhash chandra Toltia

Classics

ଆଶିଷ କର ହେ ଗଜାନନ

ଆଶିଷ କର ହେ ଗଜାନନ

1 min
130

ହେ ଗଣପତି ଗଜାନନ

ମୂଷିକ ତୁମ ବାହନ

ତୁମ କୃପା ବଳେ ମୂର୍ଖ

ପାଇଥାଏ ଜ୍ଞାନ


ବୁଦ୍ଧିଦାତା ସିଦ୍ଧିଦାତା

ତୁମେ ତ ଅଗ୍ର ଦେବତା

ଜ୍ଞାନର ଆଲୋକ ତୁମେ ଗଣନାଥ

ତୁମେ ଅଟ ପ୍ରଭୁ ଶୁଭର ପ୍ରତୀକ


ହେ ବକ୍ରତୁଣ୍ଡ ମହାବିନାୟକ

ତୁମ ଆଗମନେ ଶୁଭ ହୁଏ 

ଏଦୁନିଆ ର ସର୍ବକାର୍ଯ୍ୟ


ତୁମେ ଦୟାବାନ ଦୟାବନ୍ତ

ତୁମ ପାଇଁ ପ୍ରଭୁ

ଅଜ୍ଞାନ ର ହୋଇ ଯାଏ ଅନ୍ତ


ତୁମେ ହିଁ ତ ପ୍ରଭୁ ପଥ ପ୍ରଦର୍ଶକ

ତୁମ ଆଶୀର୍ବାଦେ ଆଗେଇ ଚାଲିଛି

ଏ ସାରା ଜଗତ


ରହିଥାଉ ମୋ ଉପରେ ତୁମରି ଆଶିଷ

ବିନତି କରୁଛି ତୁମ ଠାରେ

ଏ ଅଜ୍ଞାନ ପ୍ରଭାଷ



Rate this content
Log in

Similar oriya poem from Classics