ମୁଁ ଭଗ୍ନ କୋଣାର୍କ କହୁଛି
ମୁଁ ଭଗ୍ନ କୋଣାର୍କ କହୁଛି
ଆସ ଆସ ଦେଖିଆସ
ଏବେ ବି ମୁଁ ଠିଆ ହୋଇଛି
କେତେ ଲୁଣ୍ଠନ ହେଲା ପରେ ବି
ସେମିତି ମୁଁ ଚାହିଁ ରହିଛି।
ନେଇ ଗଲେ ସବୁ ବିଦେଶୀ ଆସି
ମୋ ଦେହର କେତେ ଅଂଶ
ମୋ ସୌନ୍ଦର୍ଯ୍ୟ ଚିତ୍ର ପଟ୍ଟକୁ
କରିଦେଇ ଗଲେ ଧ୍ଵଂସ।
ବାର ଶହ ବଢ଼େଇ ତିଆରି କଲେ
କେତେ କଷ୍ଟରେ ମୋତେ
ତମେ କି ବୁଝିବ ତାଙ୍କ ପରିଶ୍ରମ
ଭଗ୍ନ ବୋଲି କହ ମୋତେ।
ମୁଣ୍ଡି ମାରିଥିଲା ଧରମା ମୋହର
ଡେଇଁ ଥିଲା ସମୁଦ୍ରକୁ
ବଞ୍ଚି ଯାଇଥିଲେ ବାର ଶହ ବଢେଇ
ଧନ୍ୟ ତା ପରି ପୁଅକୁ।
