STORYMIRROR

Prabhash chandra Toltia

Abstract Others

3  

Prabhash chandra Toltia

Abstract Others

ମୁଁ ଭଗ୍ନ କୋଣାର୍କ କହୁଛି

ମୁଁ ଭଗ୍ନ କୋଣାର୍କ କହୁଛି

1 min
252

ଆସ ଆସ ଦେଖିଆସ

ଏବେ ବି ମୁଁ ଠିଆ ହୋଇଛି

କେତେ ଲୁଣ୍ଠନ ହେଲା ପରେ ବି

ସେମିତି ମୁଁ ଚାହିଁ ରହିଛି।


ନେଇ ଗଲେ ସବୁ ବିଦେଶୀ ଆସି

ମୋ ଦେହର କେତେ ଅଂଶ

ମୋ ସୌନ୍ଦର୍ଯ୍ୟ ଚିତ୍ର ପଟ୍ଟକୁ 

କରିଦେଇ ଗଲେ ଧ୍ଵଂସ।


ବାର ଶହ ବଢ଼େଇ ତିଆରି କଲେ

କେତେ କଷ୍ଟରେ ମୋତେ

ତମେ କି ବୁଝିବ ତାଙ୍କ ପରିଶ୍ରମ

ଭଗ୍ନ ବୋଲି କହ ମୋତେ।


ମୁଣ୍ଡି ମାରିଥିଲା ଧରମା ମୋହର

ଡେଇଁ ଥିଲା ସମୁଦ୍ରକୁ

ବଞ୍ଚି ଯାଇଥିଲେ ବାର ଶହ ବଢେଇ

ଧନ୍ୟ ତା ପରି ପୁଅକୁ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract