STORYMIRROR

Prabhash chandra Toltia

Others

4  

Prabhash chandra Toltia

Others

ସ୍ବପ୍ନ

ସ୍ବପ୍ନ

1 min
155

କେବେ ହେବ ସତ ସେଇ ସପନ

ଦେଖି ମୁଁ ଚାଲିଛି ସାରା ଜୀବନ

ଯଦି ହେଇଯାଏ ସପନ ସତ

ମୋତେ ଚିହ୍ନି ଯିବ ସାରାଜଗତ।


କରିଚାଲିଅଛି ମୁଁ ମୋ କର୍ମ

ପୂର୍ଣ୍ଣ କରିବାକୁ ସେହି ମୋ ସ୍ବପ୍ନ

ସ୍ୱପ୍ନର ତୃଷ୍ଣା ଗ୍ରାସିଛି ମୋତେ

ତେଣୁ ମୁଁ ଚାଲିଛି ସ୍ୱପ୍ନର ପଥେ।


ଭୁଲ ନୁହେଁ କେବେ ସ୍ବପ୍ନ ଦେଖିବା

ସ୍ବପ୍ନ ଦେଖି ଚାଲ ଭାଇ

ଭୁଲି ଯାଅ ନାହିଁ ନିଜ ଲକ୍ଷ୍ୟ ସ୍ଥଳ

ଫମ୍ପା ସ୍ବପ୍ନ ଦେଖି ଦେଖି।


ସ୍ବପ୍ନ ଦେଖିବାଟା ସହଜ ଲାଗେ

ସାକାର କରିବା ଯେ କଷ୍ଟ

ସଫଳ ନ ହେଲେ ସ୍ବପ୍ନ କେବେ

ହୋଇଯାଏ ପଥ ଭ୍ରଷ୍ଟ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍