ଭୁଲିଯାରେ ମନ ତାକୁ
ଭୁଲିଯାରେ ମନ ତାକୁ
କାହିଁକି ଭାବୁଚୁ ତାକୁ
ସେ ତୋର କିଏ କି
ସେମିତି ସେ ଆସିଥିଲା
ତୋ ଜୀବନରେ ଅତିଥିଟେ ସାଜି।
କାହିଁକି ତା ପଛରେ ପଡ଼ିଚୁ
ଭୁଲି ଯା ତାକୁ
ଜୀବନରେ ତ ଏମିତି କେତେ ଅସୁଥିବେ
କେତେ ଯାଉଥିବେ।
ଭାବିନେ ସେଇଟା ତୋ ପାଇଁ ଥିଲା
ଗୋଟେ ମରୀଚିକା ସଦୃଶ।
ବୃଥା ସ୍ବପ୍ନ ଦେଖିବା ଛାଡ଼ିଦେ
ଭୁଲି ଯା ତାକୁ
