STORYMIRROR

Prabhash chandra Toltia

Abstract

3  

Prabhash chandra Toltia

Abstract

ତୁମେ ଆଉଥରେ ଆସ ବାପୁ

ତୁମେ ଆଉଥରେ ଆସ ବାପୁ

1 min
161

ନାହିଁ ଆଉ ସେ ଖଦି

ଆଉ ନାହିଁ ସେ ଚରଖା

ସ୍ବଦେଶୀ ଛାଡି ବିଦେଶୀ ଆଡକୁ

ଆଜି ମୁହାଇଲେଣି ଜନତା

ତୁମେ ଆଉ ଥରେ ଆସ ବାପୁ

କରିଦିଅ ଏହାର ସମାଧାନ।


ସୁନାର ଭାରତ ସ୍ବପ୍ନ ଦେଖିଥିଲ

ଆଜି ହେଉଅଛି ସବୁ ଚୁନା

ଏଠି ମଣିଷ ପାଇଁ

ମଣିଷ ସାଜୁଛି ସାଇତାନ

ତୁମେ ଆଉଥରେ ଆସ ବାପୁ 

କରିଦିଅ ଏହାର ସମାଧାନ।


ଏଠି ହିଂସା ମାର୍ଗରେ ଚାଲୁଛନ୍ତି ସବୁ

ନାହିଁ କିଛି ଆଉ ଅହିଂସା

ଦୋଷୀ ଖସି ଯାଏ ନିର୍ଦୋଷ ଭାବରେ

ନାହିଁକିଛି ଆଉ ବ୍ୟବଧାନ

ତୁମେ ଆଉଥରେ ଆସ ବାପୁ 

କରିଦିଅ ଏହାର ସମାଧାନ।


କରେ ଅନୁରୋଧ ତୁମ ଜୟନ୍ତୀରେ

ନିଅ ଆଉଥରେ ପୁନଃର୍ଜନ୍ମ

ସ୍ବପ୍ନ ର ଭାରତ ଗଢିଡ଼ିଅ ତୁମେ

ଶୁଭୁ ଚାରିଆଡେ ପୁଣି ଥରେ

ତୁମ କୀର୍ତ୍ତୀର ଜୟଗାନ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract