STORYMIRROR

Prabhash chandra Toltia

Others

4  

Prabhash chandra Toltia

Others

କରୁଅଛି ପ୍ରଣିପାତ

କରୁଅଛି ପ୍ରଣିପାତ

1 min
339

ଦୂରରୁ କରୁଛି ସତ ପ୍ରଣିପାତ

ଆହେ ଗୁରୁକୁଳ ମୋର

ଯାଇ ପାରିଲିନି ଦୂରେ ଅଛି ବୋଲି

ଦୋଷ ମୋର କ୍ଷମା କର।


ସମୟର ଜାଲେ ଛନ୍ଦି ହେଇ ଗଲି

ମୁକୁଳି ପାରିଲି ନାହିଁ

ଏବେ ମୁଁ ଭାବୁଛି ଆଜିଭଳି ଦିନ

ମୋ ପାଇଁ ଆସିବ ନାହିଁ।


ହେଇ ପାରିବିନି ଏକଲବ୍ୟ ପରି

ଦେଇପାରିବି ନି ଦକ୍ଷିଣା

ତବ ଋଣ କେବେ ଶୁଝି ହେବ ନାହିଁ

ଯେତେ ଦେଲେ ବି ମୁଁ ପାଉଣା।


ତୁଟିବନି କେବେ ଆମ ଏ ସମ୍ପର୍କ 

ରହିଥିବ ଯୁଗ ଯୁଗ

ଯେତେ ବାଧା ବିଘ୍ନ ଆସୁପଛେ

ହେବ ନାହିଁ ଭାଗ ଭାଗ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍