STORYMIRROR

Prabhash chandra Toltia

Romance Others

3  

Prabhash chandra Toltia

Romance Others

ମୁଁ ବୁଝିନି ପ୍ରେମର ରଙ୍ଗ

ମୁଁ ବୁଝିନି ପ୍ରେମର ରଙ୍ଗ

1 min
361

କେଜାଣି ତୋର କେତେ ରଙ୍ଗ

ମୋତେ ଲାଗେ ସାତରଙ୍ଗର ସମାହାର 

ହଁ ତୁ ସେଇ ପ୍ରେମ।


କେତେବେଳେ ଗାଢ଼ ପୁଣି

କେତେବେଳେ ଫିକା ଲାଗୁ

କେବଳ ପ୍ରେମିକ ହିଁ ବୁଝିପାରେ

ତୋ ରଙ୍ଗକୁ।


ମୁଁ କି ବୁଝିବି ତୋ ରଙ୍ଗ କେମିତି

ମୁଁ ନୁହେଁ ପ୍ରେମିକ ଭଅଁର

ଯା ପଚାର ସେଇ ପ୍ରେମୀ ଯୁଗଳକୁ

ସେ ହିଁ କହିବ ତୋର ଇତିହାସ।


ଲେଖିବି ନି ଆଉ ତୋ କବିତା

କାହିଁକି ନା 

ମୁଁ ଏ ଯାଏଁ ବୁଝି ପାରିନି

ତୋ ରଙ୍ଗ କେମିତି

କାହିଁକି ବା ଲେଖିବି ଯେ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance